14.1 C
Bhubaneswar
Friday, January 10, 2025
Homeଓଡିଶାଆଜିଠୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା

ଆଜିଠୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର : ଆଜିଠୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଆରମ୍ଭ ହେଉଛି । ଏଥିପାଇଁ ଗତ ମେ’ ୩ରେ ଟିକେଟ୍ ବୁକିଂ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮୬ ସିଟ୍ ବିଶିଷ୍ଟ ଇଣ୍ଡିଗୋ ବିମାନ ସିଙ୍ଗାପୁର ଓ ବ୍ୟାଙ୍ଗକ୍‌କୁ ଜୁନ୍ ୩ରୁ ଭୁବନେଶ୍ୱରରୁ ସପ୍ତାହକୁ ଦୁଇଥର ଉଡ଼ାଣ ଭରିବ ।

ଡିସେମ୍ବର ୨୭, ୨୦୨୨ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଓଡ଼ିଶା କ୍ୟାବିନେଟ୍ ବୈଠକରେ ଇଣ୍ଡିଗୋ ଏୟାରଲାଇନ୍ସର ବିଡ୍‌କୁ ଅନୁମୋଦନ ମିଳିଥିଲା । ତଦନୁଯାୟୀ ଓଡ଼ିଶା ସରକାର ବିମାନ ପରିଚାଳନା ଖର୍ଚ୍ଚ ବହନ କରିବେ ଓ ଟିକେଟ୍ ବିକ୍ରି ଅର୍ଥ ନେବେ । ସିଙ୍ଗାପୁର ଓ ବ୍ୟାଙ୍କକ୍ ବିମାନ ସେବା ପାଇଁ ସରକାରୀ ଦର ଧାର୍ଯ୍ୟ ବି ହୋଇଛି । ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ବିଭିନ୍ନ ବିଭାଗର ବହୁ ସଚିବ ସିଙ୍ଗାପୁର ଗସ୍ତ କରୁଛନ୍ତି ।

ଏଥିସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତିର ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସେମାନଙ୍କୁ ବିଦେଶ ଭ୍ରମଣର ସୁଯୋଗ ଦେଉଛନ୍ତି । ବିଦେଶରେ ଲୋକଙ୍କ ଚାଲିଚଳଣୀ ସହିତ ସେମାନଙ୍କ କର୍ଯ୍ୟଶୈଳୀକୁ ଦେଖିବେ ଏବଂ ପ୍ରେରଣା ପାଇବା ଲକ୍ଷ୍ୟରେ ରାଜ୍ୟ ସରକାର ମିଶନଶକ୍ତିର ମହିଳାଙ୍କୁ ବିଦେଶ ଭ୍ରମଣର ସୁଯୋଗ ଦେଉଛନ୍ତି ।

ପ୍ରଥମପର୍ଯ୍ୟାୟରେ ମହିଳାମାନେ ଦୁବାଇ ଯାଇଥିଲେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୧ଜଣ ସିଙ୍ଗାପୁର ଯିବେ । ୨ ତାରିଖ ମହିଳା ଗୋଷ୍ଠୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ବେଳେ ୩ ତାରିଖରେ ସିଙ୍ଗାପୁର ଯାତ୍ରା କରିବେ । ସେଠାରେ ଏହି ୧୧ ଜଣିଆ ସଦସ୍ୟ ୩ରୁ ୬ ତାରିଖ ଯାଏଁ ଅବସ୍ଥାନ କରି ବିଭିନ୍ନ ସେଲ୍ଫହେଲ୍ପ ଗ୍ରୁପରୁ କିଭଳି ଛୋଟ ଓ ମଧ୍ୟମ ଧରଣ ଶିଳ୍ପ ପ୍ରତିଷ୍ଠା କରିପାରିବେ ସେନେଇ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବେ ।

ଏହାସହ ବ୍ୟୁଟିପାର୍ଲରରେ ଆଧୁନିକୀକରଣ ଉପରେ ଜ୍ଞାନ ଅର୍ଜନ କରିବେ । ସିଙ୍ଗାପୁରରୁ ଫେରିବା ପରେ ଜିଲ୍ଲାର ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ନିଜେ ଶିକ୍ଷା ଲାଭ କରିଥିବା ଜ୍ଞାନ ବାଣ୍ଟି କାର୍ଯ୍ୟରେ ଲଗାଇବେ । ବିଦେଶ ଗସ୍ତ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍‌ଙ୍କୁ ଏସ୍‌ଏଚ୍‌ଜି ଗୋଷ୍ଠୀ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking