27.1 C
Bhubaneswar
Sunday, September 29, 2024
Homeଅପରାଧଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଦିବ୍ୟାଙ୍ଗ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ୧୭ ବର୍ଷୀୟା ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଜଣେ ନାବାଳକଙ୍କ ସମେତ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏପରିକି ନାବାଳିକା ଜଣଙ୍କ ଏବେ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ କିଛିମାସ ତଳେ ଘର ପାଖ ନାଳକୁ ପାଣି ଆଣିବାକୁ ଯାଇଥିଲେ।

ଏକୁଟିଆ ପାଇ ସେହି ଗ୍ରାମର ଜଣେ ୩୨ ବର୍ଷୀୟ ବିବାହିତ ଯୁବକ ଓ ଜଣେ ନାବାଳକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ ନାବାଳିକା ଜଣଙ୍କ ଘରେ କାହାକୁ କିଛି କହିନଥିଲେ। ନାବାଳିକା ଜଣଙ୍କ ଏବେ ଗର୍ଭବତୀ ଥିବା ଜଣାପଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ଏ ସମ୍ପର୍କରେ ତାଙ୍କ ମା ତେଲକୋଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ ନିଜେ ମାମଲାର ତଦନ୍ତ ଦାୟିତ୍ବ ନେଇଛନ୍ତି। ଏନେଇ ଏସ୍‌ଡିପିଓ ଶ୍ରୀ ମୁର୍ମୁଙ୍କୁ ପଚାରିବାରୁ, ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ପ୍ରକୃତ ଘଟଣା ଜଣାପଡ଼ିବ। ସେହିପରି ପୀଡ଼ିତା ନାବାଳିକା ଅଛନ୍ତି କି ନାହିଁ ସେନେଇ ତଥ୍ୟ ସଂଗ୍ରହ କରାଯାଉଥିବା ଶ୍ରୀ ମୁର୍ମୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking