27.1 C
Bhubaneswar
Friday, September 20, 2024
Homeଓଡିଶାହୀରାକୁଦ : ଆଉ ୬ ଗେଟ୍ ଖୋଲିଲା

ହୀରାକୁଦ : ଆଉ ୬ ଗେଟ୍ ଖୋଲିଲା

ସମ୍ବଲପୁର : ପଡ଼ୋଶୀ ଛତିଶଡରେ ଲାଗି ରହିଛି ବର୍ଷା। ଆଉ ଏପରେ ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ଭଣ୍ଡାରକୁ ଇନଫ୍ଲୋ ବଢିବା ଫଳରେ ଆଉ ୬ଟି ଗେଟ୍ ଖୋଲାଯାଇଛି। ଆଗରୁ ୮ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଥିଲା। ଆଜି ଆହୁରି ୬ଟି ଗେଟ୍ ଖୋଲାଯାଉଛି। ବର୍ତ୍ତମାନ ମୋଟ୍ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୬୧ ହଜାର ୭୬୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୭ ହଜାର ୪୪୮କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ୬୧୧.୬୭ ଫୁଟରେ ପହଞ୍ଚିଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ହୀରାକୁଦରେ ଅଧିକ ଗେଟ୍ ଖୋଲାଯିବା ଫଳରେ ତଳିଆ ଅଂଚଳରେ ବନ୍ୟା ଆଶଙ୍କା ବଢ଼ିଯାଇଛି। ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ବଢୁଛି ମହାନଦୀର ଜଳସ୍ତର। କଟକ ମୁଣ୍ଡଳୀରେ ମହାନଦୀ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାକୁ ଲାଗିଛି। ଆଜି କଟକର ମୁଣ୍ଡଳି ଦେଇ ୫ ଲକ୍ଷ ୭୮ ହଜାର କ୍ୟୁକେସ୍ ବନ୍ୟା ପାଣି ପ୍ରବାହିତ ହେଉଛି। ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲ୍ଲାର ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking