27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶ‘ଇନ୍‌ସୁଲିନ୍‌’ ଥଣ୍ଡା ରଖିବାକୁ ହଇରାଣ ହେଉଛନ୍ତି ସୁଦାନର ଡାଇବେଟିକ୍ ଶରଣାର୍ଥୀ

‘ଇନ୍‌ସୁଲିନ୍‌’ ଥଣ୍ଡା ରଖିବାକୁ ହଇରାଣ ହେଉଛନ୍ତି ସୁଦାନର ଡାଇବେଟିକ୍ ଶରଣାର୍ଥୀ

ନୂଆଦିଲ୍ଲୀ: ସଂଘର୍ଷ ପ୍ରପୀଡ଼ିତ ସୁଦାନର ମଧୁମେହ ଆକ୍ରାନ୍ତ (ଡାଇବେଟିକ୍‌) ଶରଣାର୍ଥୀମାନଙ୍କ ପାଇଁ ଏବଂ ବରଫ ବ୍ୟାଗ୍ ଓ ଓଦା ଟାୱେଲ୍ ଜୀବନ ରକ୍ଷାକାରୀ ଜରୁରୀ ସାମଗ୍ରୀ ପାଲଟି ଯାଇଛି ବୋଲି ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି । ହିଂସାପ୍ରବଣ ଅଞ୍ଚଳରୁ ଖସି ପଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ସେମାନେ ପ୍ରବଳ ଉତ୍ତାପରୁ ସେମାନଙ୍କ ‘ଇନ୍‌ସୁଲିନ୍‌’ଗୁଡ଼ିକୁ (ଇଞ୍ଜେକ୍‌ସନ୍‌) ଶୀତଳ କରି ରଖିବା ପାଇଁ ବଡ଼ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ‘ଇନ୍‌ସୁଲିନ୍‌’ ହେଉଛି ଅନେକ ମଧୁମେହ ରୋଗାକ୍ରାନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଔଷଧ ।

ସୁପ୍ରଭାବ କ୍ଷୟ ନ ହେବା ପାଇଁ ଏହାକୁ ଶୀତଳ ପରିବେଶରେ ରଖାଯିବା ଉଚିତ । କିନ୍ତୁ, ସଂଘର୍ଷ ଯୋଗୁଁ ଡାକ୍ତରଖାନା ଓ ଔଷଧ କମ୍ପାନି ସବୁ ବନ୍ଦ ରହିଥିବା ବେଳେ ସେମାନଙ୍କର ‘କୋଲ୍‌ଡ୍ ଷ୍ଟୋରେଜ୍ ଫାସିଲିଟି’ ସବୁ ନଷ୍ଟ ହୋଇଯାଇଛି । ଆର୍‌ୱା ଜାକି ମୁସ୍ତଫା ନାମରେ ଜଣେ ବ୍ୟକ୍ତି ଗଣମାଧ୍ୟମ ‘ଦି ଗାର୍ଡିଆନ୍‌’କୁ କହିଛନ୍ତି, ମୁଁ ଓ ମୋ ଭଉଣୀ ‘ଇନ୍‌ସୁଲିନ୍‌’ ଉପରେ ନିର୍ଭରଶୀଳ ହୋଇଥିବାରୁ ଖୁବ୍ ଉଦ୍‌ବିଗ୍ନ ଅଛୁ । ମୁଁ ଜଣେ ‘ଟାଇପ୍ ୧’ ମଧୁମେହ ରୋଗୀ ହୋଇଥିବାରୁ ‘ଇନ୍‌ସୁଲିନ୍‌’ ମୋ ପାଇଁ ଅପରିହାର୍ଯ୍ୟ । ପିଲାମାନଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ଓ ରେସନ୍ ନ ଥିବାରୁ ମୋତେ ମୃତ୍ୟୁମୁଖରେ ପଡ଼ିବା ଭଳି ଲାଗୁଛି ।

ସୀମାନ୍ତରେ ଆମେ ୧୨ ଘଣ୍ଟା ଧରି ଫସି ରହିବା ପରେ ମନେ ହେଲା ଯେ, ମୋର ‘ଜେଲ୍‌’ (ଇନ୍‌ସୁଲିନ୍‌) ତରଳିବା ଆରମ୍ଭ କଲାଣି । ଆମେ ସେଠାରେ ୭୨ ଘଣ୍ଟା ରହିଲୁଣି, ବେଶୀ ପାଣି ବି ମିଳୁନାହିଁ । ଯେତିକି ପାଣି ପାଉଛି ସେଥିରେ ଖଣ୍ଡେ ଟାୱେଲ୍ ଓଦା କରି ‘ଇନ୍‌ସୁଲିନ୍‌’ରେ ଗୁଡ଼ାଇ ତାକୁ ଖରା ତେଜରୁ ନିରାପଦ ରଖିବାକୁ ଚେଷ୍ଟା କରୁଛି । ସୁଦାନରେ କ୍ଷମତା ଅକ୍ତିଆର ପାଇଁ ସୁଦାନ ସେନା ଓ ପାରାମିଲ୍‌ଟାରି ଗ୍ରୁପ୍ ମଧ୍ୟରେ ଭୀଷଣ ସଂଘର୍ଷ ଲାଗିଛି । ଜନବହୁଳ ଅଞ୍ଚଳରେ ଯୁଦ୍ଧ କମାଣ, ଲଢୁଆ ବିମାନଦ୍ୱାରା ଆକ୍ରମଣ ଯୋଗୁଁ ସମଗ୍ର ଦେଶରେ ବଡ଼ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking