28.1 C
Bhubaneswar
Saturday, July 27, 2024
Homeଓଡିଶାବସୁଧା ଯୋଜନା ଦିଗହରା

ବସୁଧା ଯୋଜନା ଦିଗହରା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତ ବସୁଧା ଯୋଜନାରେ ସୁଫଳ ପାଇ ପାରୁନାହାନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଏଠାରେ ବସୁଧା ଯୋଜନାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ହେଲେ ଏବେ ଏହା କାମରେ ଲାଗି ପାରୁନାହିଁ । ଠିକାଦାର ଅଧା କାମ କରି ତାର ଉଚିତ ପ୍ରାପ୍ୟ ନେଇ ପଳାଇଯାଇଥବା ସ୍ଥାନୀୟ ଅଚଂଳ ଦାବୀ କରିଛନ୍ତି ।

ଏହି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ବସୁଧା ଯୋଜନାରେ ପ୍ରତେକ ଗ୍ରାମ ପଂଚାୟତରେ ବସୁଧା ଯୋଜନାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । କିନ୍ତୁ ଅଧିକାଶ ମାସ ଏହି ପ୍ରକଳ୍ପ ଅଚଳ ହେଉଥିବା ଅଂଚଳ ବାସୀ କହୁଛନ୍ତି । କେଉଁଠି କିଛି ମାସ ଚାଲୁଛି ତ କେଉଁଠି ଚାଲୁ ନାହିଁ । ଆଗକୁ ଖରାଦିନ ଆସୁଥିବାରୁ ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ଖରାପ ଥିବା ପ୍ରକଳ୍ପ ଗୁଡିକୁ ତୁରନ୍ତ ମରାମତି କରିବା ନିମନ୍ତେ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି । ଆଗାମୀ ଦିନରେ ଯଦି ଏହାର ମରାମତି କରାନଗଲେ ଆନ୍ଦୋଳନ ତୀବ୍ରତର ହେବବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking