26.1 C
Bhubaneswar
Friday, March 29, 2024
Homeଅପରାଧଜଳେଶ୍ଵରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ଜଳେଶ୍ଵରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ଜଳେଶ୍ଵର: ବାଲେଶ୍ଵର ଜଳେଶ୍ଵରରେ ଏସ୍‌ଟିଏଫ୍‌ ଟିମର ଚଢଉ । ଏହି ସମୟରେ ଧରାପଡିଛି ୧ କେଜିରୁ ଅଧିକ ବ୍ରାଉନସୁଗର । ବ୍ରାଉନସୁଗର ଜବତ ସହ ଜଣକୁ ଗିରଫ କରିଛି ଏସ୍‌ଟିଏଫ୍‌ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଭୁବନେଶ୍ଵର ଏସ୍‌ଟିଏଫ୍‌ ର ଏକ ୧୨ ଜଣିଆ ସ୍ୱତନ୍ତ୍ର ଟିମ ଗତକାଲି ରାତିରେ ଜଳେଶ୍ଵର ଥାନା ଅନ୍ତର୍ଗତ ଝାଡେଶ୍ଵରପୁରରେ ଚଢ଼ଉ କରିଥିଲା । ସେଖ ମୁନାଫ ହୁସେନଙ୍କ ଘରେ ଅତର୍କିତ ଭାବରେ ଚଢଉ କରିଥିଲା ଏସ୍‌ଟିଏଫ୍‌ । ଏହି ସମୟରେ କେଜିଏରୁ ଅଧିକ ବ୍ରାଉନସୁଗର ଜବତ ହୋଇଥିଲା । ଶେଖ ମୁନାଫକୁ ଗିରଫ କରିଛି ଏସ୍‌ଟିଏଫ୍‌। ଏତେ ପରିମାଣରେ ବ୍ରାଉନସୁଗର କେମିତି ଆସିଲା, ଆଉ କେଉଁ ମାନେ ଏଥିରେ ସାମିଲ ଅଛନ୍ତି, ଅଧିକ ଖୋଳତାଡ କରୁଛି ଏସ୍‌ଟିଏଫ୍‌ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking