30.1 C
Bhubaneswar
Saturday, May 4, 2024
Homeଓଡିଶାବିଶ୍ୱ ମହିଳା ଦିବସ ପାଳିତ

ବିଶ୍ୱ ମହିଳା ଦିବସ ପାଳିତ

ଢେଙ୍କାନାଳ : ସଚେତନ ନାଗରିକ ଫୋରମ୍ କାର୍ଯ୍ୟାଳୟରେ ଫୋରମ୍‌ର ମହିଳା ଶାଖା ପକ୍ଷରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ସଭାନେତ୍ରୀ ପ୍ରଭାତୀ ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ଗନ୍ଦିଆ ବ୍ଲକ୍ ଶିକ୍ଷା ଅଧିକାରୀ ମିନତୀ ଦେହୁରୀ ନାରୀ ଶିକ୍ଷା ହିଁ ସମାଜରେ ପରିବର୍ତନ ସୂତ୍ରଧର ବୋଲି ଅବିହିତ କରି ନାରୀମାନେ ନିଜେ ନାରୀ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସିବାକୁ ଦୃଢ ଆହ୍ୱାନ ଜଣାଇଥିଲେ ।

ଅନ୍ୟତମ ଅତିଥି ଭାବରେ ଆଇନ୍‌ଜୀବୀ ସାଗରିକା ପଣ୍ଡା ଯୋଗଦାନ କରି ସ୍ୱୀୟ ବକ୍ତବ୍ୟରେ ନାରୀମାନଙ୍କ ନିମିତ ବିଭିନ୍ନ ଆଇନ୍ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ବିଷ୍ଣୁପ୍ରିୟା ରଥ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ନମିତା ମିଶ୍ର, ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ନାଥ, ମମତା ମିଶ୍ର, ସ୍ୱପ୍ନା ସୁରଭି ମହାପାତ୍ର, ବନଜା ମାନସିଂ, ଶିଳ୍ପୀଶ୍ରୀ ହରିଚନ୍ଦନ, ସନ୍ଧ୍ୟାରାଣୀ ସାହୁ, ସୂଚିତ୍ରା ସିଠ, ସାଜିଦା ପରୱିନ୍ ପ୍ରମୁଖ ଯୋଗଦାନ କରିଥିଲେ ।

ଶତାୟୁ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସଂସ୍କତି ଶିକ୍ଷୟିତ୍ରୀ ଡ. ଅନୁପମା ମିଶ୍ର ମଙ୍ଗଳାଚରଣ ଗାନ ଓ ବିଶ୍ୱ ମହିଳା ଦିବସରେ ତାପର୍ଯ୍ୟ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ଡ. ଦେବୀ ପ୍ରସାଦ ମିଶ୍ର ନାରୀ ପାଇଁ ଏକ କବିତା ପାଠ କରିଥିଲେ । ଶୀଳ୍ପିଶ୍ରୀ ଶୁଭଦର୍ଶିନୀ ହରିଚନ୍ଦନ ମହିଳା ଶାଖା ସମ୍ପାଦିକା ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ରୀତାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୁପ୍ତେଶ୍ୱର ମିଶ୍ର, ଅଜୟ କୁମାର ମିଶ୍ର, ପ୍ରଫେସର ବିଶ୍ୱନାଥ ମହାପାତ୍ର, ଡ. ଦେବୀ ପ୍ରସାଦ ମିଶ୍ର, ଭରତ କୁମାର ଦାସ, ଚକ୍ରଧର ତରାଇ, ସରୋଜ ଶତପଥୀ, ଅମରେନ୍ଦ୍ର ସାହୁ, ଦୟାନିଧି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking