14.1 C
Bhubaneswar
Saturday, January 11, 2025
Homeଓଡିଶାରନ୍ଧା ହରିଣ ମାଂସ ଜବତ, ୨ ଗିରଫ

ରନ୍ଧା ହରିଣ ମାଂସ ଜବତ, ୨ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ସୋରିଷିଆପଦା ପଂଚାୟତର ରାମେଇ ରଗଡି ସାହିରେ କପିଳାସ ବନକର୍ମଚାରୀ ଅଚାନକ ଚଢ଼ଉ କରିଥିଲେ । ଏହି ଚଢ଼ଉରେ ରନ୍ଧା ହରିଣ ମାଂସ ସହିତ କଡେଇ, ତୀର, ଦେଶୀ ବନ୍ଧୁକ ଜବତ କରାଯିବା ସହିତ ୨ଜଣଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୁଚନା ଅନୁସାରେ, କପିଳାସ ରେଞ୍ଜର ଗୌତମ ପ୍ରଧାନ କୌଣସି ସୁତ୍ରରୁ ଖବର ପାଇ ଗଁଦିଆ ବ୍ଲକ ଅନ୍ତର୍ଗତ କପିଳାସ ବନାଚଂଳର ରାମେଇ ରଗଡି ସାହି ଅଂଚଳରେ ଅଚାନକ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ରନ୍ଧା ହରିଣ ମାଂସ ସହିତ କଡେଇ ଜବତ କରିଛି । ଏଥିରେ ବ୍ୟବହୃତ ତୀର, ଦେଶୀ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଦୁଇଜଣ ଶିକାରୀ ସୋରିଷିଆ ପଂଚାୟତ ରାମେଇ ରଗଡି ସାହିର ଜୟକୃଷ୍ଣ ମହନ୍ତ (୪୨) ଓ ଜଳଧର ଲହର (୪୮)ଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ଧାରା ୯, ୨୭, ୨୯, ୩୧, ୩୯, ୪୪(ଏ), ୪୪(ବି), ୪୯(ଏ) ରେ ଗିରଫ କରାଯାଇ ଧାରା ୫୧ ରେ ଦଣ୍ଡିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking