ଆମ୍ବୁଲାନ୍ସ ଓ ଶାନ୍ତିରଥ ଲୋକାର୍ପିତ

ଢେଙ୍କାନାଳ : ଜିଲ୍ଲାରେ କୋଭିଡ୍ ସଂକ୍ରମିତ ଓ ମୃତକଙ୍କ ପରିବାର ପାଇଁ ଅଂଟା ଭିଡିଲେ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ । ଏପରିକି ରିବବାର ଅବିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାବାସୀଙ୍କ ପାଇଁ ଦୁଇଟି ଆମ୍ବୁଲାନ୍ସ ଓ ଦୁଇଟି ଶବ ବୁହା ଗାଡିକୁ ଲୋକାର୍ପିତ କରିଛନ୍ତି ଢେଙ୍କାନାଳ ସାଂସଦ । ସୁଚନା ଥାଉକି, ମହାମାରୀ କୋଭିଡି ସଂକ୍ରମଣ ଓ ମୃତ୍ୟୁ ଜନିତ ସଂଖ୍ୟା କ୍ରମଶଃ ବୃଦ୍ଧି ଘଟୁଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏସବୁ ମଧ୍ୟରେ କୋଭିଡ୍ ସଂକ୍ରମିତ ମାନଙ୍କୁ ତୁରନ୍ତ ଡାକ୍ତରଖାନା ବା ମୃତକ ମାନଙ୍କୁ ନେବା ହେଉ ଆମ୍ବୁଲାନ୍ସ ଓ ଶବ ବୁହା ଗାଡି ପାଇଁ ଉକ୍ତ ପରିବାର ଗୁଡିକ ନାହିଁ ନଥିବା ସମସ୍ୟା ଦେଖାଯାଉଛି ।

ଫଳରେ ଏପରି ପରିସ୍ଥିତିର ସମାଧାନ ପାଇଁ ଅଂଟା ଭିଡିଛନ୍ତି ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ । ସେ ତାଙ୍କର ସାଂସଦ ପାଣ୍ଠିରୁ ଉଭୟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର କୋଭିଡ ସଂକ୍ରମିତ ଓ ମୃତକଙ୍କ ପାଇଁ ୧୧ ଲକ୍ଷ ବିନିମୟରେ ଦୁଇଟି ଆମ୍ବୁଲାନ୍ସ ଓ ୪.୪୦ ଲକ୍ଷ ଟଙ୍କାର ଦୁଇଟି ଶବ ବୁହା ଗାଡି ଶାନ୍ତି ରଥ ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଆଜି ସ୍ଥାନୀୟ ବଳରାମ ମନ୍ଦିର ଠାରେ ଏହି ଆମ୍ବୁଲାନ୍ସ ଓ ଶାନ୍ତିରଥର ଲୋକାର୍ପଣ କରିଛନ୍ତି । ଏହି ସେବା ସ୍ୱଳ୍ପ ମୁଲ୍ୟରେ କୋଭିଡ ସଂକ୍ରମିତ ଓ ମୃତକ ପରିବାର ବ୍ୟବହାର କରିପାରିବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here