40.1 C
Bhubaneswar
Friday, May 3, 2024
Homeଓଡିଶାଓପିଟିସିଏଲ୍‌‌ରେ ଭୟାବହ ଅଗ୍ନିକାଣ୍ଡ

ଓପିଟିସିଏଲ୍‌‌ରେ ଭୟାବହ ଅଗ୍ନିକାଣ୍ଡ

ଢେଙ୍କାନାଳ : ଢେଙ୍କାନାଳ ଓଡାପଡା ବ୍ଲକ ଅନ୍ତର୍ଗତ କଂଟାବଣିଆ ସ୍ଥିତ ଓଡିଶା ବିଦ୍ୟୁତ୍ ଶକ୍ତି ସଂଚରଣ ନିଗମ ଲିମିଟେଡ୍ (ଓପିଟିସିଏଲ୍‌) ମେରାମଣ୍ଡଳି ଗ୍ରୀଡ୍ ସବ୍‌ଷ୍ଟେସନରେ ପୁନ୍ନର୍ବାର ଅଗ୍ନିକାଣ୍ଡ ଘଟିଛି । ଭୁମି ଉପରେ ବିଛାଯାଇଥିବା ଗୋଟିଏ କେବୁଲ ବିଷ୍ଫୋରଣ ଘଟି ଏପରି ଅଗ୍ନିକାଣ୍ଡ ଘଟିଛି । କେବୁଲ ସଂପର୍ଶରେ ଆସି ଆଖପାଖରେ ଅଗ୍ନିକାଣ୍ଡ ଘଟିଛି । ସୂଚନାପାଇ ଟାଟାଷ୍ଟିଲ୍ ବିଏସ୍‌ଏଲ କଂପାନୀର ଅଗ୍ନିଶମ ଦଳ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ପରିସର ଧୁଆଁ ମୟ ହୋଇଯାଇଥିଲା । ହେଲେ ଏଥିରେ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ମିଳିଥିବା ସୁଚନା ଅନୁସାରେ, ଗତ ମାସରେ ଅନୁରୁପ ଭାବେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଗ୍ରୀଡ୍ ସବ୍‌ଷ୍ଟେସନର ୩୧୫ ଏମଭିଏ ଟ୍ରାନ୍ସଫର୍ମରେ ଥିବା ଇନ୍ସୁଲେଟରରେ ଶର୍ଟସର୍କିଟ୍‌ରୁ ନିଆଁ ଲାଗି ବିଷ୍ଫୋରଣ ହୋଇଥିଲା । ଏହି ଟ୍ରାନ୍ସଫର୍ମରରରେ ୧୨ ହଜାର ଲିଟର ତେଲ ଥିବାରୁ ଖୁବ୍ କମ୍ ସମୟରେ ଆଖପାଖ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡରେ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ ଉପକାରଣ ନଷ୍ଟ ହୋଇଥିଲା। ଏହି ଗ୍ରୀଡ୍ ସବ୍‌ଷ୍ଟେସନ୍‌ରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଛି । ଏହାର କାରଣ ସଂପର୍କରେ ଅଧିକାରୀମାନେ ମୁହଁ ଖୋଲୁ ନଥିବା ଓ ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking