38.1 C
Bhubaneswar
Saturday, April 20, 2024
Homeଓଡିଶାମୁଣ୍ଡ ଉପରେ ମୃତ୍ୟୁ ! ପ୍ରଶାସନ ନିରବଦ୍ରଷ୍ଟା

ମୁଣ୍ଡ ଉପରେ ମୃତ୍ୟୁ ! ପ୍ରଶାସନ ନିରବଦ୍ରଷ୍ଟା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ମହୁଲପାଳ ପଂଚାୟତ ବିଜାଡିହ ଗ୍ରାମରେ ଆଜକୁ ୨ ବର୍ଷ ହେଲା ଝୁଲି ରହିଛି ୧୧କେଭି ବିଦ୍ୟୁତ ତାର । ଅନ୍ୟମନଷ୍କ ଭାବେ ଯଦି କେହି ହତାତ ଉଠାଇ ଦେବ, ତାହାଲେ ଜୀବନ ଚାଲିଯିବ । ବଡ ଗାଡିଟିଏ ମଧ୍ୟ ଏହି ରାସ୍ତା ଦେଇ ଯିବା ଭାରି କାଠିକର ପାଠ ହୋଇଯାଇଛି । ବିଭାଗୀୟ ଅଧିକାରୀମାନେ ସବୁ ଦେଖି ମଧ୍ୟ ନଦେଖିଲା ପରି ଅଭିନୟ କରୁଛନ୍ତି । ମାତ୍ର ଏହି ଠାରୁ ୪ କିଲୋମିଟର ଦୁରରେ ଅଁଳାବେରେଣୀ ବିଦ୍ୟୁତ ବିତରଣ କମ୍ପାନୀ (ଟାଟା)ର । ବାରମ୍ବାର କହିବା ସତ୍ୱେ ମଧ୍ୟ କେହି ଶୁଣୁନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ମାତ୍ର ଏ ଅଂଚଳଟି ହାତୀମାନଙ୍କ ଚରାଭୁଇଁ । ତେବେ ହଠାତ ଯଦି ହାତିଟି ଗାଁ କୁ ପସିଆସିବ ତେବେ ମୃତ୍ୟୁ ନିଶ୍ଚିତ ଏଥିରେ ସନ୍ଦେହ ନାହିଁ । ଏହାକୁ ତୁରନ୍ତ ମରାମତି ନିମନ୍ତେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking