ଦୋକନରେ ନିଆଁ ଲଗାଇଲେ ଦୁର୍ବୃତ

ଗଁଦିଆ : ଗଁଦିଆ ଥାନା ଅନ୍ତର୍ଗତ ଗଁଦିଆ ବସ୍‌ଷ୍ଟାଣ୍ଡ୍ ନିକଟରେ ଥିବା ଗୋଟିଏ କେବିନରେ କେହି ଦୁର୍ବୃତ ନିଆଁ ଲଗାଇଦେବାରୁ ଲକ୍ଷ୍ୟାଧିକ ଟଙ୍କାର ଜିନିଷ ପତ୍ର ସହିତ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ, ଗଁଦିଆ ଗ୍ରାମର ସୁଧାକର ବାରିକ ବସଷ୍ଟାଣ୍ଡ ନିକଟରେ ଗୋଟିଏ କେବିନ ପକାଇ ଗ୍ରୋସରି ଜିନିଷ ବିକ୍ରିବଟା କରୁଥିଲେ । ସେହି ଦୋକାନରୁ ଯାହା ରୋଜଗାର ହେଉଥିଲା ସେଥିରେ ନିଜ ପରିବାର ଚଳଉଥିଲେ । ମାତ୍ର ଦୁଃଖର ବିଷୟ କେହି ଦୁର୍ବୁତ ଶ୍‌ୁକ୍ରବାର ବଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିଲା । ଯାହା ଫଳରେ ଉକ୍ତ କେବିନ ଭିତରେ ସମସ୍ତ ସାମଗ୍ରି ପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇ ଗଁଦିଆ ଦମକଳ ବାହିନୀ ସେଠାରେ ପହଂଚି ନିିଆଁକୁ ଲିଭାଇଥିଲେ । ଏନେଇ ସୁଧାକର ଗଁଦିଆ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here