14.1 C
Bhubaneswar
Friday, January 10, 2025
Homeଓଡିଶାପ୍ରଶାସନର ଦୃଷ୍ଟି ଆଢୁଆଳରେ ଚାଲିଛି ବେଆଇନ କଳା ପଥର ବ୍ଲାଷ୍ଟିଂ

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଚାଲିଛି ବେଆଇନ କଳା ପଥର ବ୍ଲାଷ୍ଟିଂ

ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଆର୍ତସାଂନ୍ତରାକାଟେଣୀ ଗ୍ରାମ ନିକଟରେ ଥିବା କଳା ଷ୍ପଲ ବେଆଇନ ଭାବେ ବ୍ଲାଷ୍ଟିଂ ହେଉଥିବା ହେତୁ ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ମାତ୍ର ଏହି ଭୟଙ୍କର ବିଷ୍ପୋଣରେ କୋଠାଘର ର କାନ୍ଥ ଫାଟି ଯିବା ସହିତ ଜନସାଧାରଣଙ୍କ ଗମନା ଗମନରେ ଅସୁବିଧା ସୃଷ୍ଟି କଲାଣି । ବାରମ୍ବାର ଜନସାଧାରଙ୍କ ଅଭିଯୋଗ ସତ୍ୱେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଜନସାଧାରଣ ଅସୋନ୍ତୋଷ ପ୍ରକାଶ କରୁଛନ୍ତି ।
ଏହି ଗ୍ରାମର ୧ନଂ ୱାଡରେ ସାଧାରଣତଃ ଗରିବ ଶ୍ରେଣୀର ଲୋକମାନେ ବସବାସ କରିଥାନ୍ତି । କେହି କେହି କୋଠାଘର, ଆଜବେଷ୍ଟ, ଚାଳିଆ ଆଉ କିଏ ଜରିପାଲ ଟାଣି ମଧ୍ୟ ରହିଥାନ୍ତି । ବସ୍ତିର କିଛି ଦୁରରେ ଥିବା ପଥର ଖଦାନରେ ବେଆଇନ ଭାବେ ଦିନରାତି ପଥର ବ୍ଲାଷ୍ଟିଂ ହେଉଛି । ମାତ୍ର ପୁଞ୍ଜିପତି ବ୍ୟବସାୟୀ ମାନେ ତାଙ୍କ ବ୍ୟବସାୟର ସ୍ୱାର୍ଥ ଲାଗି ଏହି ବ୍ଲାଷ୍ଟିଂ କରୁଥିବା ସାଧାରଣରେ ଦାବି ହେଉଛି । ଏହି ବେଧଡକ ବ୍ଲାଷ୍ଟିଂରେ ଗରିବ ପରିବାରକୁ ଇନ୍ଦିରା ଆବାସ ଯୋଜନାରେ ମିଳିଥିବା କୋଠାଘରର କାନ୍ଥ ଫାଟି କଣା ହୋଇଯାଇଛି ।
ପ୍ରଶାସନର କୋହଳ ମନୋଭାବ ଯୋଗଁ ଖଦାନ ମାଫିଆଙ୍କୁ ଦାନା ଯୋଗାଉଛି । ପ୍ରଭାବିତ ପରିବାର ଯଦି ତାହାର ପ୍ରତିବାଦ କରୁଛନ୍ତି ତାଙ୍କ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି । ତେଣୁ ଉକ୍ତ ବେଆଇନ ବ୍ଲାଷ୍ଟିଂକୁ କିପରି ଭାବେ ରୋକଯିବା ସହିତ ମାଫିଆ ମାନଙ୍କ କବଳରୁ ରକ୍ଷାକରିବା ପାଇଁ ସାଧାରଣ ଲୋକ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking