କଟକ : ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ଵର ପୀଠ। ଦାର୍ଘ ମାସ ପରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ମନ୍ଦିର ମଧ୍ୟକୁ ବାହାର ଭୋଗକୁ ବାରଣ କରାଯାଇଥିବାବେଳେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍ ଏବଂ ୬୫ବର୍ଷରୁ ଉର୍ଦ୍ଧ୍ଵଙ୍କୁ ମନ୍ଦିର ପ୍ରବେଶ ମନା ହୋଇଛି। ସକାଳ ୬ଟାରୁ ସଂଧ୍ୟା ୮ଟା ଯାଏ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। କୋଭିଡ ନିୟମ କୋହଳ ହେବାପରେ କଟକ ଜିଲ୍ଲାପାଳଙ୍କ ଅନୁମୋଦନରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଥିଲେ ମଧ୍ୟ ଧବଳେଶ୍ଵରଙ୍କ ମନ୍ଦିର ଖୋଲିନଥିଲା। ସୂଚନାଯୋଗ୍ୟ, ଅଗଷ୍ଟ ମାସର ଗାଇଡଲାଇନ୍ରେ ରାଜ୍ୟ ସରକାର କୋଭିଡ୍ କଟକଣା କୋହଳ କରିଥିଲେ। ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡ଼ିଥିଲେ ଏସ୍ଆର୍ସି। ଏହା ମନ୍ଦିର ଖୋଲିବା ଦାବି ଜୋର ଧରିଥିଲା। ପ୍ରଶାସନିକ ଅଧିକାରୀ ଓ ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ପରେ ବାବା ଧବଳେଶ୍ୱର ଓ କଟକ ଟାଉନ୍ ଅଞ୍ଚଳ ବ୍ୟତୀତ ସମଗ୍ର ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲାପାଳ ଘୋଷଣା କରିଥିଲେ।