36.1 C
Bhubaneswar
Saturday, May 4, 2024
Homeଓଡିଶାଆଜି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ପୁରୀ : ଆଜି ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ । ଭକ୍ତଙ୍କ ଲାଗି ଜଗା ଦର୍ଶନ ବନ୍ଦ ରହିବ । ସୁନିଆଁ ପର୍ବ ଓ ବାମନ ଜନ୍ମ ପାଇଁ ବିଶେଷ ନୀତି ହେଉଥିବାରୁ କଟକଣା ଲାଗୁ କରାଯାଇଛି । କନ୍ୟା ସଂକ୍ରାନ୍ତି ଶ୍ରାବଣା ମକତ ନକ୍ଷତ୍ର ସନ ୧୪୨୯ ସାଲ ଆରମ୍ଭ ପାଇଁ ମନ୍ଦିରରେ ପାଳନ ହେବ ବିଶେଷ ନୀତି । ତେଣୁ ସେହିଦିନ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ସେପଟେ ପୁରୀବାସୀଙ୍କୁ ସ୍ୱତନ୍ତ୍ର ଦର୍ଶନ ସୁବିଧା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଶ୍ରୀଜଗନ୍ନାଥ ସେନା । ଅଗଷ୍ଟ ୧୬ ତାରିଖରୁ ପୁରୀବାସୀଙ୍କ ଲାଗି ଖୋଲିଥିଲା ଶ୍ରୀମନ୍ଦିର। ୫ ଦିନ ଧରି କାଳିଆକୁ ଦର୍ଶନ ପାଇଁ ସୁଯୋଗ ପାଇଥିଲେ ପୁରୀବାସୀ । ହେଲେ ୨୩ ତାରିଖରୁ ସ୍ୱତନ୍ତ୍ର ଦର୍ଶନ ଆଧାରରେ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ତେଣୁ ପୁରୀବାସୀଙ୍କୁ ସ୍ୱତନ୍ତ୍ର ଦର୍ଶନ ସୁବିଧା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପ୍ରଶାସନର ନିଷ୍ପତ୍ତିକୁ କଡା ବିରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking