27.1 C
Bhubaneswar
Sunday, September 8, 2024
Homeଅପରାଧପ୍ରେମରେ ବିଫଳ ହେବା ପରେ ନାବାଳିକାଙ୍କୁ ଏସିଡ ଆକ୍ରମଣ କଲା ହତାସିଆ ପ୍ରେମିକ

ପ୍ରେମରେ ବିଫଳ ହେବା ପରେ ନାବାଳିକାଙ୍କୁ ଏସିଡ ଆକ୍ରମଣ କଲା ହତାସିଆ ପ୍ରେମିକ

ବେଙ୍ଗାଲୁରୁ: ନାବାଳିକାଙ୍କୁ ମହଙ୍ଗା ପଡିଲା ଯୁବକଙ୍କ ପ୍ରେମ ନିବେଦନଙ୍କୁ ପ୍ରତ୍ୟାକ୍ଷାନ କରିବା । ଉତକ୍ଷିପ୍ତ ହୋଇ ନାବାଳିକାଙ୍କ ଉପରକୁ ଏସିଡ ମାରିଲେ ଯୁବକ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ପୀଡିତା । ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ରାମନଗର ଜିଲ୍ଲାରେ । ଏନେଇ ଥାନାରେ ଅଭିଯୋଗ ପରେ ଯୁବକ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣଙ୍କ ହେଉଛି ୨୨ ବର୍ଷିୟ ସୁମନ୍ତ । ଅଭିଯୁକ୍ତ ଜଣଙ୍କ ଏକ କାର ସୋ ରୁମ ଗ୍ୟାରେଜରେ କାମ କରୁଥିଲା । ପୀଡିତା ନାବାଳିକା ଜଣଙ୍କ ସେହି ରାସ୍ତା ଦେଇ ପ୍ରତିଦିନ କଲେଜ ଯା ଆସ କରନ୍ତି । ନାବାଳିକାଙ୍କୁ ପ୍ରତିଦିନ ଦେଖିବା ପରେ ପ୍ରେମରେ ପଡିଯାଇଥିଲା ସୁମନ୍ତ । ଏହାପରେ ପ୍ରେମ ନିବେଦନ କରିବାକୁ ଭାବିଥିଲା ।

ଗତକାଲି ପୀଡିତା ଜଣଙ୍କ ଏକୁଟିଆ ଯାଉଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ତାଙ୍କୁ ରାସ୍ତାରେ ଅଟକାଇ ପ୍ରପୋଜ କରିଥିଲା । କିନ୍ତୁ ନାବାଳିକା ଜଣଙ୍କ ସୁମନ୍ତଙ୍କୁ ମନା କରିଦେଇ ସେଠାରୁ ପଳାଇଥିଲେ । ଏଥିରେ ବ୍ୟସ୍ତ ବିବ୍ରତ ହୋଇ ନାବାଳିକା ଜଣଙ୍କୁ ପୁଣି ଗତକାଲି ରାତିରେ ନାରାୟଣପଡା ହ୍ରଦ ନିକଟରେ ଅଟକାଇଥିଲା ଅଭିଯୁକ୍ତ । ଏଥିସହ ପ୍ରେମ ନିବେଦନ ଗ୍ରହଣ କରିବାକୁ ବାଧ୍ୟ କରିଥିଲା । କିନ୍ତୁ ନାବାଳିକା ଜଣଙ୍କ ବାରମ୍ଭାର ପ୍ରତ୍ୟାକ୍ଷାନ କରିବାରୁ ସୁମନ୍ତ ରାଗି ଯାଇ ପକେଟରେ ରଖିଥିବା ଏସିଡକୁ ପୀଡିତାଙ୍କ ଉପରକୁ ଫିଙ୍ଗି ଦେଇଥିଲା । ଏହାପରେ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଫେରାର ହୋଇଯାଇଥିଲା । ପୀଡିତା ଜଣଙ୍କ ମୁହଁରେ ଏସିଡ ପଡିଥିବାରୁ ଅବସ୍ଥା ଗୁରୁତର ହୋଇପଡିଥିଲା । ସ୍ଥାନୀୟ ଲୋକେ ନାବାଳିକା ଜଣଙ୍କୁ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ପରେ ପୋଲିସକୁ ଖବର ଦେଇଥିଲେ । ନାବାଳିକାଙ୍କ ଆଖିରେ ଏସିଡ ପଡିଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବେଙ୍ଗାଲୁରୁକୁ ସ୍ତାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking