ଦେବଗଡ଼ : କରୋନା ସଂକ୍ରମଣକୁ ରୋକିବା ପାଈଁ ସାରା ରାଜ୍ୟକୁ ଲକଡାଉନ କରାଯାଇଥିବା ବେଳେ ଏହାକୁ କଡାକଡି ପାଳନ ପାଇଁ ପୋଲିସ ବାହିନୀଙ୍କୁ 24 ଘଣ୍ଟିଆ ଦାଇତ୍ୱ ଦିଆଯାଇଛି l ଲକଡାଉନ ନିୟମ ପାଳନ କରାଇବାକୁ ଯାଇ ବିଭିନ୍ନ ସ୍ଥାନରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଯୁକ୍ତିତର୍କ ଭଳି ପରିସ୍ଥିତି ଉପୁଜୁଥିବା ବେଳେ ଦେବଗଡ଼ ଜିଲ୍ଲାରେ କିନ୍ତୁ ଚିତ୍ର ଭିନ୍ନ ଦେଖିବାକୁ ମିଳିଛି l ଦେବଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାର ସମସ୍ତ ଥାନାଞ୍ଚଳରେ ପୋଲିସବଳ ମୃତୟନ କରାଯାଇ କରୋନା ସଂକ୍ରମଣରୁ ରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ବେଳେ ଅମାନିଆଙ୍କୁ ଆକଟ ପାଇଁ ଜରିମାନା ମଧ୍ଯ କରାଯାଉଛି l
ଆଜି ଦେବଗଡ଼ ମୁଖ୍ୟ ବଜାର ଛକ ଠାରେ ଦେବଗଡ଼ ଥାନା ପୋଲିସ ପକ୍ଷରୁ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦେବଗଡ଼ ଥାନା ପୋଲିସ ବଜାର ପଟ ଦେଇ ଯାଉଥିବା ବୃଦ୍ଧବୃଦ୍ଧା, ଗରିବ ଏବଂ ଅଭାବି ଲୋକଙ୍କୁ ଦାୟିତ୍ୱରେ ଥିବା ଅଧିକରୀମାନେ ନିଜ ହାତରେ ମାସ୍କ ପିନ୍ଧାଇ ସଚେତନ କରିବା ସହ ନିହାତି ଆବଶ୍ୟକତା ନଥିଲେ ଘରୁ ନାବାହିରିବାର ପରାମର୍ଶ ଦେଇ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା l
ମହାମାରୀ କାଳରେ ପୋଲିସ ପ୍ରତି ଜନସାଧାରଣଙ୍କ ମନରେ ବନ୍ଧୁତ୍ୱ ଭାବ ସୃଷ୍ଟି କରି ନୂତନ ଉଦାହରଣ ସୃଷ୍ଟି କରିଥିବା ବେଳେ ଜିଲ୍ଲା ପୋଲିସର ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l ଦେବଗଡ଼ ଥାନା ସବ ଇନ୍ସପେକ୍ଟର ବୁଦ୍ଧରାୟ ମାଝୀ, ପ୍ରତାପ ଦଳେଇ ଓ ବେଦବର ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଆଜି ମୁଖ୍ୟ ବଜାର ସମେତ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ମୁହଁରେ ମାସ୍କ ବାନ୍ଧୁଥିବା ଦେଖିବାକୁ ମିଳିଥିଲା l