33.1 C
Bhubaneswar
Saturday, May 11, 2024
Homeଓଡିଶାବସ୍ତି ଅପେକ୍ଷା ସମ୍ଭ୍ରାନ୍ତ ଅଞ୍ଚଳରେ ଅଧିକ ବ୍ୟାପୁଛି ଡେଙ୍ଗୁ: ଡିଏମ୍‌ଇଟି

ବସ୍ତି ଅପେକ୍ଷା ସମ୍ଭ୍ରାନ୍ତ ଅଞ୍ଚଳରେ ଅଧିକ ବ୍ୟାପୁଛି ଡେଙ୍ଗୁ: ଡିଏମ୍‌ଇଟି

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀର ୨ ଲହର ଥମି ନଥିବା ବେଳେ ରାଜ୍ୟରେ ଡେଙ୍ଗୁ ଚିନ୍ତା ବଢ଼ାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଥା ଡିଏମ୍‌ଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ବସ୍ତି ଅପେକ୍ଷା ସମ୍ଭ୍ରାନ୍ତ ଅଞ୍ଚଳରେ ଡେଙ୍ଗୁ ଅଧିକ ବ୍ୟାପୁଛି । ଆପାର୍ଟମେଣ୍ଟ, ପ୍ଲାଷ୍ଟିକ, ଫୁଲକୁଣ୍ଡ ଗୁଡ଼ିକରେ ପାଣି ଜମିରହୁଛି । ଏସବୁରେ ପାଣି ଜମି ରହିବାରୁ ମଶା ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ଏଡିସ ମଶା ସକାଳେ ଏବଂ ସନ୍ଧ୍ୟାରେ ଲୋକଙ୍କୁ କାମୁଡ଼ିଥାନ୍ତି । ତେଣୁ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୬୧୪ ଜଣ ଡେଙ୍ଗୁରୋଗ ଚିହ୍ନଟ ହୋଇଛନ୍ତି । ଏଥିରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସର୍ବାଧିକ ୪୮୨ ଓ କଟକରେ ୩୧ ଜଣ ଅଛନ୍ତି । ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋଗରେ ମୃତ୍ୟୁ ହାର ୧ ପ୍ରତିଶତ କମ । କିନ୍ତୁ ଲୋକେ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ସଚେତନ ରହିବା ସହିତ ଆଖପାଖ ଅଞ୍ଚଳକୁ ସଫା ରଖିବାର ଆବଶ୍ୟକତା ରହିଛି ।

ଡେଙ୍ଗୁର ଘାତକ ଡି-୨ ଷ୍ଟ୍ରେନ୍‌(ଡିଇଏନ୍‌ଭି-୨ ବା ଡେଙ୍ଗୁ ଭାଇରସ-୨)କୁ ଭୁବନେଶ୍ୱରରେ ଠାବ କରାଯାଇଛି । ଏହାସହ ଡି-୧ ଓ ଡି-୨ ଷ୍ଟ୍ରେନ୍‌ର ସହ ସଂକ୍ରମଣ ମଧ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ହଠାତ୍ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ପଛରେ ଏହି ଡି-୨ ଷ୍ଟ୍ରେନ୍ ରହିଥିବା କୁହାଯାଉଛି । ଏହି ଷ୍ଟ୍ରେନ୍ ଯୋଗୁଁ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ । ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ ବା ଆର୍‌ଏମ୍‌ଆର୍‌ସି ପକ୍ଷରୁ ହୋଇଥିବା ୫୬ ଡେଙ୍ଗୁ ସଂକ୍ରମିତଙ୍କ ସେରୋଟାଇପିଂରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking