20.1 C
Bhubaneswar
Thursday, January 9, 2025
Homeଓଡିଶାଚାଷୀଙ୍କ କଟନୀ ଛଟନୀ ଓ ଶୋଷଣକୁ ବିରୋଧ କରି କଳାହାଣ୍ଡି ସ୍ୱାଭିମାନ ସୁରକ୍ଷା ମଞ୍ଚର ମୁଖ୍ୟମନ୍ତ୍ରୀଙ୍କୁ...

ଚାଷୀଙ୍କ କଟନୀ ଛଟନୀ ଓ ଶୋଷଣକୁ ବିରୋଧ କରି କଳାହାଣ୍ଡି ସ୍ୱାଭିମାନ ସୁରକ୍ଷା ମଞ୍ଚର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବିଡ଼ିଓ ପଦ୍ମନାଭ ପୁରୋହିତ ଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲା ମଣ୍ଡିରେ ମିଲର ଓ ଦଲାଲଙ୍କ ଦ୍ୱାରା ହେଉଥିବା ଚାଷୀଙ୍କ କଟନୀ ଛଟନୀ ଓ ଶୋଷଣର ଶିକାର କୁ ବିରୋଧକରି କଳାହାଣ୍ଡି ସ୍ୱାଭିମାନ ସୁରକ୍ଷା ମଞ୍ଚର ଆବାହକ ସୁରେଶ ରାଓ ଙ୍କ ଆହ୍ୱାନ କ୍ରମେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।  ସରକାରଙ୍କ ଦ୍ୱାରା ମଣ୍ଡି ଖୋଳିବାରେ ବିଳମ୍ବ  ପ୍ରତିକୂଳ ପାଗ ଓ ଅଭାବରୁ ଅନେକ ଚାଷୀ ଦଲାଲ ହାବୁଡ଼ରେ ପଡି ନିଜ କଷ୍ଟରେ ଉପାର୍ଜିତ ଧାନକୁ ୧ ହଜାରରୁ ୧୨ ଶହ ଟଙ୍କାରେ ବିକ୍ରୟ କରିବା ପାଇଁ ବାଧ୍ୟ ହେଉଛନ୍ତି ଫଳରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ଅନ୍ୟାନ୍ୟ ବ୍ଲକ ରେ ଦଲାଲ ସକ୍ରିୟ ହୋଇଥିବା ଜଣାପଡିଛି। ଯାହାକୁ ନେଇ କଳାହାଣ୍ଡି ସ୍ୱାଭିମାନ ସୁରକ୍ଷା ମଞ୍ଚ ସରକାରଙ୍କ ଠାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି।

ଚଳିତ ବର୍ଷ ବର୍ଷାର ଅଭାବ ସତ୍ତ୍ୱେ କିଛି ସ୍ଥାନରେ ପ୍ରଚୁର ମାତ୍ରାରେ ଧାନ ଅମଳ ହୋଇଛି କିନ୍ତୁ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ମଣ୍ଡି ବ୍ୟବସ୍ଥା ଯୋଗୁ ଅନେକ ଚାଷୀ ଶୋଷଣର ର ଶିକାର ହେବାସହ ଅଭାବୀ ବିକ୍ରିର ସମ୍ବୁଖିନ ହେଉଛନ୍ତି ତେଣୁ ଚାଷୀଙ୍କ ପାଇଁ ଟୋକାନ ବ୍ୟବସ୍ଥାକୁ ସଦୁପଯୋଗ କରାଯାଇ ମଣ୍ଡିରେ ଧାନ ପଡିବ ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ପ୍ରାପ୍ୟ ବ୍ୟାଙ୍କ ଖାତାରେ ଜମା କରାଯାଉ, ଦଲାଲଙ୍କ ଚିହ୍ନଟ କରାଯାଇ ତାଙ୍କର ଅସାଧୁ ଟୋକାନ କୁ ବାତିଲ କରାଯାଉ, ଚାଷୀଙ୍କୁ ଠିକ ସମୟରେ ଟୋକାନ ବ୍ୟବସ୍ଥା କରାଯାଉ, ଟୋକାନ ଧାର୍ଯ୍ୟ ସମୟରେ ଚାଷୀଙ୍କ ଧାନ ଉଠାଯାଉ, ମଣ୍ଡିରେ ସରକାରଙ୍କ ନିର୍ଦ୍ଦେଶ ଓ ନିୟମର ପାଳନ କରାଯାଉ, ଚାଷୀଙ୍କ କଟନୀ ଛଟନୀ ବନ୍ଦ କରାଯାଉ , ଟୋକନ ଧାର୍ଯ୍ୟ ତାରିଖରେ ଚାଷୀ ମଣ୍ଡିରେ ପହଞ୍ଚିବା ପରେ କିଛି ବ୍ୟତିକ୍ରମ ହୁଏ ତାହେଲେ ନିୟୋଜିତ କର୍ମଚାରୀ ଓ ମିଲର କୁ ଦଣ୍ଡିତ କରାଯାଉ, ପର୍ଯ୍ୟାପ୍ତ ମାତ୍ରାରେ ବସ୍ତା ର ବ୍ୟବସ୍ଥା କରାଯାଉ ଏବଂ ବସ୍ତା ନାମରେ ହେଉଥିବା କଟନୀ ଛଟନୀକୁ ଓଜନ ଅନୁସାରେ କଟାଯାଉ, ମଣ୍ଡିରେ ଚାଷୀଙ୍କ ପାଇଁ ଆଲୋକ, ପାଣି ଓ ସୁରକ୍ଷା ବ୍ୟବସ୍ଥା କରାଯାଉ।

ଚାଷୀଙ୍କ ଟୋକାନ ଯେପରି ଲେପ୍ସ ନହୁଏ ସେଥିପ୍ରତି ଧ୍ୟାନ ଦେବା ଓ ଉଚିତ ପଦକ୍ଷେପ ନେବା, ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ଧାନର ଏଫ ଏ କ୍ୟୁ ମାନ କୋହଳ କରାଯାଉ,ମଣ୍ଡିରେ ନିୟମିତ ଉଚ୍ଚ ପଦାଧିକାରୀ ପରିଦର୍ଶନ କରିବା ବ୍ୟବସ୍ଥା କରାଯାଉ, ଚଳିତ ବର୍ଷ ସ୍ବଳ୍ପ ବର୍ଷା ରେ ହୋଇଥିବା କ୍ଷତି କୁ ଆକଳନ ଅନୁସାରେ ତୁରନ୍ତ ବିମାରାଶି ପ୍ରଦାନ କରାଯାଉ ,କଳାହାଣ୍ଡିର ସବୁ ମଣ୍ଡିରେ ଧାନ ସଫା କରିବା ମେସିନର ବ୍ୟବସ୍ଥା କରାଯାଉ ଭଳି ୧୮ ଗୋଟି ଦାବୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପକରେ ଉପସ୍ଥାପନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ଭୁଜବଲ, ତାରିଣୀସେନ ସିଂ,ସୁରେଶ ମାଝୀ, ଶେଷ ମାଝୀ, କିଶୋର ବାଗ, ତୁକୁରାମ ସାହୁ, କମଲେଶ ଭୋଇ, ଦୋଳମଣି ମାଝୀ, ସଞ୍ଜୀବ ମାଝୀ, କଲା କାନୁ ସାହୁ, ଡୋଳାମଣି ମାଝୀ ଜିତେନ୍ଦ୍ର ମାଝୀ ଙ୍କ ସମେତ ଅନେକ ଚାଷୀ ଏଥିରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking