28.1 C
Bhubaneswar
Thursday, May 2, 2024
Homeକରୋନାଚାଇନାରେ ବ୍ୟାପିଲା କୋଭିଡ-୧୯ର ଡେଲଟା ପ୍ରକରଣ : ନାନଜିଂ ସହର ବନ୍ଦ

ଚାଇନାରେ ବ୍ୟାପିଲା କୋଭିଡ-୧୯ର ଡେଲଟା ପ୍ରକରଣ : ନାନଜିଂ ସହର ବନ୍ଦ

ବେଜିଂ : ଚାଇନାରେ ପୁଣି କୋଭିଡ-୧୯ ବ୍ୟାପିବା ଆରମ୍ଭ ହୋଇଛି । ଏହି ଭୂତାଣୁର ଡେଲଟା ପ୍ରକରଣକୁ ଚିହ୍ନଟ କରାଯାଇଛି । ଏହି କାରଣରୁ ଚାଇନାର ପୂର୍ବରେ ଥିବା ଜିଆଙ୍ଗସି ପ୍ରଦେଶର ରାଜଧାନୀ ନାନଜିଂ ସହରକୁ ବନ୍ଦ କରିଦିଆଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସହରରେ କଡା କୋଭିଡ କଟକଣା ଲାଗୁ କରାଯାଇଛି । ସେଠାରେ ଥିବା ସମସ୍ତ ଔଷଧ ଦୋକାନଗୁଡିକୁ ଆଣ୍ଟିପାଇରେଟିକ, କଫ, ଭୂତାଣୁ ନିରୋଧୀ ଏବଂ ଆଣ୍ଟିବାୟୋଟିକ ଔଷଧ ନାଗରିକଙ୍କୁ ବିକ୍ରି ବନ୍ଦ କରିବାକୁ କୁହାଯାଇଛି । ସହରରେ ଥିବା ସମସ୍ତ ପ୍ରମୁଖ ହାସପାତାଳରେ ଜରୁରୀକାଳୀନ ବିଭାଗ ଏବଂ ଫିଭର କ୍ଲିନିକଗୁଡିକୁ ବାଦଦେଇ ଅନ୍ୟ ବିଭାଗଗୁଡିକୁ ଆସୁଥିବା ରୋଗୀମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି ।

ଏଥିସହିତ ବିଭିନ୍ନ ଜନଗହଳି ସ୍ଥଳ ଏବଂ ଅଫଲାଇନ ତାଲିମ ସେବାଗୁଡିକୁ ବନ୍ଦ କରିଦିଆଯାଇଛି । ପ୍ରିଭେନସନର ଉପ ନିର୍ଦ୍ଦେଶକ ଡିଙ୍ଗ ଜି କହିଛନ୍ତି ଯେ, ସହରରେ ସଂପ୍ରତି କରୋନା ସଂକ୍ରମଣ ବୃଦ୍ଧି ପାଇଁ ଡେଲଟା ପ୍ରକରଣ ଦାୟୀ । ଏହି ସହରର ଜନସଂଖ୍ୟା ୯୩ ଲକ୍ଷରୁ ଅଧିକ ହୋଇଥିବାବେଳେ ଏଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମେ ଏଠାରେ ଥିବା ବିମାନ ବନ୍ଦରର କିଛି କର୍ମଚାରୀ ଗତ ସପ୍ତାହରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସହରରେ ଏହା ବ୍ୟାପିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ସହରରେ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରାଯିବା ସହିତ ବାସିନ୍ଦାଙ୍କୁ ଅତି ଆବଶ୍ୟକ ନଥିଲେ ସହର ଛାଡି ବାହାରକୁ ନଯିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking