32.8 C
Bhubaneswar
Tuesday, April 16, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ପଞ୍ଜାବକୁ ୧୫ ରନ୍‌ରେ ହରାଇଲା ଦିଲ୍ଲୀ

ଆଇପିଏଲ୍‌: ପଞ୍ଜାବକୁ ୧୫ ରନ୍‌ରେ ହରାଇଲା ଦିଲ୍ଲୀ

ଧର୍ମଶାଳା : ଚଳିତ ଆଇପିଏଲ୍‌ର ପ୍ଲେଅଫ୍ ଦୌଡ଼ରୁ ପ୍ରଥମରୁ ବାଦ୍ ପଡ଼ିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ୧୫ ରନ୍‌ରେ ବିଜୟୀ ହୋଇଛି । ଏହା ସହିତ ଟିମ୍ ପଏଣ୍ଟ ଟେବଲ୍‌ର ନବମ ସ୍ଥାନକୁ ଉଠିଛି । ଅନ୍ୟପକ୍ଷରେ ପରାଜୟ ସହିତ ପଞ୍ଜାବର ପ୍ଲେଅଫ୍ ପ୍ରବେଶ ଆହୁରି କଠିନ ହୋଇଯାଇଛି । ଧର୍ମାଶାଳାର ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ ୨ ୱିକେଟ୍ ବିନିମୟରେ ୨୧୩ ରନ୍ କରିଥିଲା । ଜବାବରେ ପଞ୍ଜାବ ୮ ୱିକେଟ୍ ହରାଇ ୧୯୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ୨୧୪ ରନ୍‌କୁ ପିଛା କରୁଥିବା ପଞ୍ଜାବ ଓପ୍ନର୍ ତଥା କ୍ୟାପ୍‌ଟେନ୍ ଶିଖର ଧୱନ୍ ଶୂନ୍ୟରେ ଆଉଟ୍ ହେବାପରେ ପ୍ରଭସିମରନ୍ ସିଂହ ଓ ଅଥର୍ବ ତାଇୱେ ଇନିଂସ୍ ସମ୍ଭାଳିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୫୦ ରନ୍ କରିଥିବା ବେଳେ ପ୍ରଭସିମରନ୍‌ଙ୍କୁ ଅକ୍ଷର ପଟେଲ୍ ଆଉଟ୍ କରି ଯୋଡ଼ି ଭାଙ୍ଗିଥିଲେ ।

ଏହାପରେ କ୍ରିଜ୍‌କୁ ଆସିଥିବା ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ଧୂଆଁଧାର ବ୍ୟାଟିଂ କରି ୩ୟ ୱିକେଟ୍ ପାଇଁ ଅଥର୍ବଙ୍କ ସହିତ ୭୮ ରନ୍ ଯୋଡ଼ିଥିଲେ । ତେବେ ୫୫ ରନ୍ କରିଥିବା ବେଳେ ଅଥର୍ବ ରିଟାୟର୍ଡ ହର୍ଟ ହୋଇ ଫେରିଥିଲେ । ଲିଭିଙ୍ଗ୍‌ଷ୍ଟୋନ୍ ଧୂଆଁଧାର ବ୍ୟାଟିଂ କରି ୪୮ ବଲ୍‌ରେ ୧୯୫.୮୩ ଷ୍ଟ୍ରାଇକ୍ ରେଟ୍‌ରେ ୯୪ ରନ୍ କରିଥିବା ବେଳେ ଶେଷ ବଲ୍‌ରେ ଈଶାନ୍ତ ଶର୍ମାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ତାଙ୍କର ଏହି ଅର୍ଦ୍ଧଶତକୀୟ ଇନିଂସ୍‌ରେ ୫ଟି ଚୌକା ଓ ୯ଟି ଛକା ସାମିଲ ଥିଲା । ଦିଲ୍ଲୀ ପକ୍ଷରୁ ଈଶାନ୍ତ ଓ ନୋର୍ଜେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଖଲିଲ୍ ଅହମ୍ମଦ ଓ ଅକ୍ଷର ପଟେଲ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ୨ ୱିକେଟ୍ ବିନିମୟରେ ୨୧୩ ରନ୍ କରିଥିଲା । ଚଳିତ ସିଜନ୍‌ରେ ପ୍ରଥମ ଥର ପାଇଁ ଦିଲ୍ଲୀ ୨୦୦ ରନ୍ ପାର୍ କରିଛି । ଓପ୍ନର୍ ଡେଭିଡ୍ ୱାର୍ଣ୍ଣର୍ ଓ ପୃଥ୍ୱୀ ଶ’ ପ୍ରଥମ ୱିକେଟ୍ ପାଇଁ ୬୨ ବଲ୍‌ରେ ୯୧ ରନ୍ ଯୋଗକରି ଟିମ୍‌କୁ ଭଲ ଷ୍ଟାର୍ଟ ଦେଇଥିଲେ । ତେବେ କ୍ୟାପ୍‌ଟେନ୍ ୱାର୍ଣ୍ଣର୍‌ଙ୍କୁ ଆଉଟ୍ କରି ସାମ୍ କୁରାନ୍ ଏହି ଯୋଡ଼ି ଭାଙ୍ଗିଥିଲେ । ୱାର୍ଣ୍ଣର୍ ୩୧ ବଲ୍‌ରେ ୫ ଚୌକା ଓ ୨ ଛକା ସହାୟତାରେ ୪୬ ରନ୍ କରିଥିଲେ । ଏହାପରେ ରିଲି ରୁସୋ ଯୋଗଦେଇ ଧୂଆଁଧାର ବ୍ୟାଟିଂ କରି ୩୭ ବଲ୍‌ରେ ୬ଟି ଲେଖାଏଁ ଛକା ଓ ଚୌକା ସହିତ ଅପରାଜିତ ୮୨ ରନ୍ କରିଥିଲେ । ଏହା ତାଙ୍କର ପ୍ରଥମ ଆଇପିଏଲ୍ ଅର୍ଦ୍ଧଶତକ ଥିଲା । ସେ ଶ’ଙ୍କ ସହିତ ଦ୍ୱିତୀୟ ୱିକେଟ୍ ପାଇଁ ୫୭ ଓ ଫିଲ୍ ସଲ୍ଟଙ୍କ ସହ ଅବିଭାଜିତ ୩ୟ ୱିକେଟ୍ ପାଇଁ ୬୫ ରନ୍ ଯୋଗ କରିଥିଲେ । ଶ’ ବ୍ୟକ୍ତିଗତ ୫୪ ରନ୍ କରିଥିବା ବେଳେ କୁରାନ୍ ତାଙ୍କୁ ଅଥର୍ବ ତାଇଡ଼େଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ । ଏହା ଚଳିତ ସିଜନ୍‌ରେ ଶ’ଙ୍କ ପ୍ରଥମ ଏବଂ ଓଭର୍‌ଅଲ୍ ୧୩ତମ ଅର୍ଦ୍ଧଶତକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking