17.1 C
Bhubaneswar
Monday, November 25, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ସଲ୍ଟଙ୍କ ୮୭; ଦିଲ୍ଲୀର ଚତୁର୍ଥ ବିଜୟ

ଆଇପିଏଲ୍‌: ସଲ୍ଟଙ୍କ ୮୭; ଦିଲ୍ଲୀର ଚତୁର୍ଥ ବିଜୟ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ଶନିବାର ସଂସ୍କରଣର ୫୦ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ଚତୁର୍ଥ ବିଜୟ ହାସଲ କରିଛି । ଦଳ ଏଠାକାର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ଠାରେ ସଂସ୍କରଣରେ ତା’ର ଦଶମ ମୁକାବିଲାରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ଭେଟିଥିବା ବେଳେ ଏଥିରେ ୭ ୱିକେଟ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର୍ ୪ ୱିକେଟ୍ ବିନିମୟରେ ୧୮୧ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ବିରାଟ କୋହଲି ମାତ୍ର ୪୬ ବଲ୍‌ରେ ୫ଟି ଚୌକା ସହ ୫୫ ରନ୍ କରିଥିବା ବେଳେ ମହିପାଲ୍ ଲୋମ୍‌ରୋର୍ ମାତ୍ର ୨୯ଟି ବଲ୍ ଖେଳି ୬ଟି ଚୌକା ଓ ୩ଟି ଛକା ମାଧ୍ୟମରେ ୫୪ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ । ଏହାଛଡ଼ା ଅନ୍ୟତମ ଓପନର ତଥା ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ମାତ୍ର ୩୨ ବଲ୍‌ରେ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୫ ରନ୍ କରିବା ସହ ପ୍ରଥମ ୱିକେଟ୍ ପାଇଁ ୮୨ ରନ୍ ଯୋଡ଼ିଥିଲେ । ଦିଲ୍ଲୀ ପକ୍ଷରୁ ମିଚେଲ୍ ମାର୍ଶ ୨ଟି ଏବଂ ଖଲିଲ୍ ଅହମ୍ମଦ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଟିଂରେ ଦିଲ୍ଲୀ ୧୬.୪ ଓଭର୍‌ରେ ମାତ୍ର ୩ଟି ୱିକେଟ୍ ହରାଇ ୧୮୭ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଓପନର ଫିଲିପ୍ ସଲ୍ଟ ୪୫ଟି ବଲ୍‌ର ସମ୍ମୁଖୀନ ହୋଇ ୮୭ ରନ୍ କରି ଦଳର ଏହି ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସେ ଏହି ଇନିଂସରେ ୮ଟି ଚୌକା ଓ ୬ଟି ଛକା ଲଗାଇବା ସହ ଅନ୍ୟତମ ଓପନର ତଥା ଅଧିନାୟକ ଡେଭିଡ୍ ୱାର୍ଣ୍ଣର୍‌ଙ୍କ ସାଥୀରେ ୬୦ ରନ୍‌ର ଭାଗୀଦାରୀ କରିଥିଲେ । ୱାର୍ଣ୍ଣର୍ ୧୪ଟି ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ସହ ୨୨ ରନ୍ କରି ଆଉଟ୍ ହେବା ପରେ ସଲ୍ଟ ଦ୍ୱିତୀୟ ୱିକେଟ୍‌ରେ ମାର୍ଶଙ୍କ ସହ ୫୯ ରନ୍ ଯୋଡ଼ିଥିଲେ । ଏଥିରେ ମାର୍ଶଙ୍କର ୨୬ ରନ୍‌ର ଅବଦାନ ଥିଲା । ମାର୍ଶ ମାତ୍ର ୧୭ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ । ମାର୍ଶ ଆଉଟ୍ ହେବା ପରେ ସଲ୍ଟ ରିଲି ରୁଷୋଙ୍କ ସହ ୫୨ ରନ୍‌ର ଭାଗୀଦାରୀ କରି ଦଳକୁ ବିଜୟ ନିକଟତର କରାଇଥିଲେ । ସଲ୍ଟ ପ୍ୟାଭିଲିଅନ୍ ଫେରିବା ପରେ ରୁଷୋ ଓ ଅକ୍ଷର ପଟେଲ୍ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ରୁଷୋ ୨୨ଟି ବଲ୍ ଖେଳି ଗୋଟିଏ ଚୌକା ଓ ୩ଟି ଛକା ସହ ୩୫ ଏବଂ ଅକ୍ଷର ଗୋଟିଏ ଛକା ସହ ୮ ରନ୍ କରି ଅପରାଜିତ ରହିଥିଲେ । ବାଙ୍ଗାଲୋର୍ ପକ୍ଷରୁ ଜୋଶ୍ ହେଜଲଉଡ୍‌, କର୍ଣ୍ଣ ଶର୍ମା ଓ ହର୍ଷଲ୍ ପଟେଲ୍‌ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଏହି ବିଜୟ ସହ ଦିଲ୍ଲୀ ପ୍ରଥମ ଚରଣରେ ଗତ ୧୫ ତାରିଖରେ ୨୩ ରନ୍‌ରେ ବରଣ କରିଥିବା ପରାଜୟର ପ୍ରତିଶୋଧ ନେଇପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking