35.1 C
Bhubaneswar
Sunday, May 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : କୌଣସି ଏକ ସମସ୍ୟାକୁ ନେଇ କର୍ମକ୍ଷେତ୍ରରେ ମାନସିକ ଦୁଃଶ୍ଚିନ୍ତା ବଢ଼ିଯିବ । ନୀଚ ବ୍ୟକ୍ତିଙ୍କ ଠାରୁ ଅପମାନିତ ହୋଇପାରନ୍ତି । ବ୍ୟବସାୟରେ କ୍ଷତି ପରିମାଣ ବଢ଼ିବ। ପାରିବାରିକ କଳହ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ଅସୁବିଧା ଭୋଗିବେ।

ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଅନେକ ଶୁଭ ଖବର ଆଣିବ। ଗୁରୁଜନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। କର୍ମକ୍ଷେତ୍ର ତଥା ବ୍ୟବସାୟରେ ଅସୁବିଧା ଦେଖାଦେବ । ଅସହଯୋଗ ପାଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀଭାନେ କାର୍ଯ୍ୟରତ ରହିବେ।

ମିଥୁନ : ଆର୍ଥିକ ଅବସ୍ଥା ଖରାପ ହୋଇପାରେ। ବନ୍ଧୁ ସହ ମତାନ୍ତର ଘଟିପାରେ। କର୍ମକ୍ଷେତ୍ରରେ ସାମାନ୍ୟ ଦୁଃଖ ହେବାର ଯୋଗ ରହିଛି। ପାରିବାରିକ ଅଶାନ୍ତି ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀମାନେ କାର୍ଯ୍ୟରତ ରହିବେ।

କର୍କଟ : ଶରୀର ସୁସ୍ଥ ରହିବ । ପରିବାରରେ ଶାନ୍ତି ଦେଖାଦେବ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ଚାଷ କାର୍ଯ୍ୟରେ ସଫଳତା ପାଇପାରନ୍ତି । ଅଶାନ୍ତି ଦେଖାଦେଇପାରେ । ମହିଳା ଓ ବିଦ୍ୟାର୍ଥୀମାନେ କାର୍ଯ୍ୟରତ ରହିବେ ।

ସିଂହ : ପାରିବାରିକ କନ୍ଦଳ ଲାଗିପାରେ। ଭୂ -ସମ୍ପତି କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ସ୍ଥାନାନ୍ତର ହୋଇପାରେ। ବ୍ୟବସାୟରେ ଦ୍ୱନ୍ଦ ଦେଖାଦେବ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ନିନ୍ଦା ପାଇପାରନ୍ତି ।

କନ୍ୟା : ବ୍ୟବସାୟରେ ଉନ୍ନତି କରିବେ। ନୂତନ ଅନୁଷ୍ଠାନ ନିର୍ମାଣରେ ଲାଗିପଡ଼ିବେ। ସ୍ୱାସ୍ଥ୍ୟ ଭଲ ରହିବ । କର୍ମକ୍ଷେତ୍ରରେ କୌଣସି ଜଟିଳ କାର୍ଯ୍ୟ ସମାଧାନ କରି ସମସ୍ତଙ୍କର ପ୍ରିୟ ହେବେ । ମହିଳାମାନେ ଉନ୍ନତି କରିବେ।

ତୁଳା : ପାରିବାରିକ ଅଶାନ୍ତି ଦେଖାଦେବ । ଭାତୃ ବିବାଦ ଦେଖାଦେବ। ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ । ବ୍ୟବସାୟରେ ସମାନ୍ୟ ଉନ୍ନତି ଦେଖାଦେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ କଳହ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀମାନେ ଦୁଃଖିତ ହେବେ ।

ବିଛା : ପାରିବାରିକ ତଥା ଶାରୀରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁଙ୍କ ସହଯୋଗରେ ଶତ୍ରୁ ଜୟୀ ହେବେ। ମହିଳା ଓ ଛାତ୍ରଛାତ୍ରୀମାନେ ଖୁସିରେ ସମୟ କାଟିବେ।

ଧନୁ : ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ପାରିବାରିକ ଅଶାନ୍ତି ଦେଖାଦେବ । ସ୍ୱାସ୍ଥ୍ୟରେ ଅବନତି ଘଟିପାରେ। ବ୍ୟବସାୟରେ ଋଣଗ୍ରସ୍ତ ହୋଇପାରନ୍ତି । ମହିଳାମାନେ ଗୃହ କାର୍ଯ୍ୟରେ ଅଶାନ୍ତି ହେବେ । ଛାତ୍ରଛାତ୍ରୀମାନେ ଅଶାନ୍ତିରେ ସମୟ କାଟିବେ।

ମକର : ଆପଣଙ୍କର ସ୍ୱାସ୍ଥ୍ୟ ସେତେ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ। ଆୟ ବ୍ୟୟ ସମାନ ରହିବ। ପରିବାରରେ ଅଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରେନ୍ତି ।

କୁମ୍ଭ : ପୂରାତନ ରୋଗରୁ ଆରୋଗ୍ୟ ଲାଭ କରିବେ। କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ଉଚ୍ଚ ପ୍ରଶଂସିତ ହେବେ। ମାନସିକ ଓ ପାରିବାରିକ ଅଶାନ୍ତି ମିଳିବ। ଆପଣଙ୍କର ବିଦେଶ ଯୋଗ ଆଶା ଅଛି ।

ମୀନ : ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ନୂତନ ବନ୍ଧୁ ମିଳନରେ ଆନନ୍ଦ ପାଇବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ବ୍ୟବସାୟରେ ଲାଭବାନ ହେବେ। ମହିଳାମାନେ ପରିବାର ମ୍ମରେ ହସ ଖୁସିରେ ସମୟ କାଟିବେ । ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking