ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ହିଟ୍ ଆଣ୍ଡ ରନ୍ ମାମଲା । ଦିଲ୍ଲୀର ବସନ୍ତ କୁଞ୍ଜ ନର୍ଥ ଥାନା ଅଞ୍ଚଳରେ ମହିପାଳପୁର ପାଖରେ ଥିବା ଏନଏଚ୮ ସର୍ଭିସ ଲାଇନରେ ଟାକ୍ସି ଡ୍ରାଇଭରକୁ ୨୦୦ ମିଟର ଘୋଷାଡି ନେଇଛି ଏକ କାର। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ଟାକ୍ସି ଡ୍ରାଇଭରକୁ ୨୦୦ ମିଟର ଘୋଷାଡି ନେଇଛି କାର । ଘଟଣାରେ ଟାକ୍ସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଟାକ୍ସି ଡ୍ରାଇଭର କାରର ପଛ ଟାୟରରେ ଫସିଥିବାର ଭିଡିଓରେ ଦେଖିବାକୁ ମିଳିଛି । ଟାକ୍ସି ଡ୍ରାଇଭର କାରରେ ଫସିଥିବା ସତ୍ତ୍ୱେ କାର ଚାଳକ ଦ୍ରୁତ ଗତିରେ କାର ନେଇ ଚାଲିଯାଇଥିଲେ ।
ଘଟଣାଟି ରାତି ୧୧.୩୦ ମିନିଟରେ ଘଟିଛି । ଏନଏଚ ୮ ସର୍ଭିସ ଲାଇନରେ ମୃତଦେହ ପଡିଥିବା ପୋଲିସ ଦେଖିବାକୁ ପାଇଛି । ମୃତକଙ୍କ ବୟସ ୪୩ ବର୍ଷ ବିଜେନ୍ଦ୍ର ଭାବେ ହୋଇଛି । ବିଜେନ୍ଦ୍ର ଫରିଦାବାଦରେ ରହୁଛନ୍ତି । ପୋଲିସ ଏହି ଘଟଣା ନେଇ ମାମଲା ରୁଜୁ କରିବା ପରେ ଯାଞ୍ଚ ଆରମ୍ଭ କରିଛି ।