17.1 C
Bhubaneswar
Sunday, December 29, 2024
Homeଦେଶ ବିଦେଶଦିଲ୍ଲୀରେ ୧୦୦ରୁ କମ ବଞ୍ଚିଛି ଆଇସିୟୁ ବେଡ୍ : ଅରବିନ୍ଦ କ୍ରେଜିରୱାଲ

ଦିଲ୍ଲୀରେ ୧୦୦ରୁ କମ ବଞ୍ଚିଛି ଆଇସିୟୁ ବେଡ୍ : ଅରବିନ୍ଦ କ୍ରେଜିରୱାଲ

ନୂଆଦିଲ୍ଲୀ : ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ପରିସ୍ଥିତି ବିଗିଡି ଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ୨୫ହଜାର ୫୦୦ ନୂତନ ମାମଲା ରିପୋର୍ଟ ହୋଇଛି । ସେ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା  ହାର ୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ଗତକାଲି ଏହି ସଂଖ୍ୟା ୨୪ ପ୍ରତିଶତ ଥିଲା ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର କରୋନା ପାଇଁ ସଂରକ୍ଷିତ ଶଯ୍ୟା ବହୁତ ଶୀଘ୍ର ସରୁଛି । ରୋଗୀମାନେ ଅତି ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଆଇସିୟୁ ଶଯ୍ୟାରେ ଅଭାବ ଦେଖାଦେଇଛି । ବର୍ତ୍ତମାନ ଦିଲ୍ଲୀରେ ୧୦୦ ରୁ କମ୍ ଆଇସିୟୁ ବେଡ୍ ବାକି ଅଛି । ଅମ୍ଳଜାନର ଅଭାବ ମଧ୍ୟ ରହିଛି ।

କେଜ୍ରିୱାଲ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଠାରୁ ଯେଉଁ ସାହାଯ୍ୟ ମାଗୁଛନ୍ତି ତାହା ମିଳୁଛି । ସେ କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ତାଙ୍କୁ କହିଥିଲେ ଯେ ଆମକୁ ଶଯ୍ୟା ଏବଂ ଅମ୍ଳଜାନର ଆବଶ୍ୟକତା ରହିଛି । ଆଜି ଆମେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମଧ୍ୟ ଆଲୋଚନା କରିଛୁ ଏବଂ ତାଙ୍କୁ ସୂଚନା ମଧ୍ୟ ଦେଇଛୁ । କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ସମସ୍ତ ଡାକ୍ତରଖାନାରେ  ପ୍ରାୟ ୧୦,୦୦୦ ଶଯ୍ୟା ଅଛି, ସେଥିମଧ୍ୟରୁ ୧୮୦୦ ଶଯ୍ୟା କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ଏବଂ ଆମେ କେନ୍ଦ୍ରକୁ ନିବେଦନ କରୁଛୁ ଯେ ସେମାନଙ୍କ ମଧ୍ୟରୁ ୭୦୦୦ ଟି କରୋନା ରୋଗୀଙ୍କ ପାଇଁ ଉପଲବ୍ଧ କରାଯାଉ । ଆସନ୍ତା ୨-୩ ଦିନ ମଧ୍ୟରେ ଦିଲ୍ଲୀ ସରକାର ୬,୦୦୦ ରୁ ଅଧିକ ଅମ୍ଳଜାନ ଶଯ୍ୟା ପ୍ରସ୍ତୁତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking