34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପଶ୍ଚିମବଙ୍ଗରେ କଂଗ୍ରେସର ସବୁ ରାଲି ରଧ୍ଧ : ରାହୁଲ ଗାନ୍ଧୀ

ପଶ୍ଚିମବଙ୍ଗରେ କଂଗ୍ରେସର ସବୁ ରାଲି ରଧ୍ଧ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କୋରନାର ଭୀଷଣ କାୟା ବିସ୍ତାର ଯୋଗୁଁ ନର୍ବାଚନ ରାଲି ଗୁଡିକ ବନ୍ଦ କରାଯିବା ପାଇଁ ଦାବି ହେଉଛି । ଏହି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ହେବାକୁ ଥିବା ନିଜର ସମସ୍ତ ରାଲିକୁ ବନ୍ଦ କରିଛନ୍ତି । ଏହା ସହିତ ଅନ୍ୟ ସମସ୍ତ ନେତା ମାନଙ୍କୁ ରାଲିର ପରିଣାମକୁ ବିଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ରାହୁଲ ଗାନ୍ଧୀ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ପଶ୍ଚିମବଙ୍ଗରେ ନିଜର ସମସ୍ତ ସାର୍ବଜନୀକ ରାଲିକୁ ରଧ୍ଧ କରୁଛି’ ।

କୋରନା ମହାମାରୀ ବଢିବା ସହିତ ପଶ୍ଚିମବଙ୍ଗର ୩ ଟି ପର୍ଯ୍ୟାୟ ନିର୍ବାଚନ ଏବେ ବାକି ଅଛି । ଏଥିରେ ୩ଟି ଚରଣର ନିର୍ବାଚନ ଏକା ସମୟରେ କରିବାକୁ ମଧ୍ୟ ଦାବି ହେଉଛି । ସୂଚନାଯୋଗ୍ୟଯେ, ପଶ୍ଚିମବଙ୍ଗରେ ଶନିବାର କୋରନାର ସବୁଠାରୁ ଅଧିକ ମାମଲା ସାମନାକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ମୋଟ ୭,୭୧୩ ଜଣ କୋରନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking