27.1 C
Bhubaneswar
Thursday, April 25, 2024
Homeଅପରାଧମୋବାଇଲରେ କଥା ହେବାକରୁୁ ରୋକିବାରୁ ଭାଉଜ କଲେ ଏପରି...

ମୋବାଇଲରେ କଥା ହେବାକରୁୁ ରୋକିବାରୁ ଭାଉଜ କଲେ ଏପରି…

ଜୋଧପୁର : ରାଜସ୍ଥାନର ଜୋଧପୁର ସହରରେ ଏକ ଆଶ୍ଚର୍ଯ୍ୟମୁଳକ ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଭାଉଜ ନିଜ ନଣନ୍ଦକୁ ହତ୍ୟା କରି ଦେଇଛନ୍ତି ଓ ଶବକୁ ବେଡଶିଟରେ ଘୋଡାଇ ଏକ ବାକ୍ସରେ ପୁରାଇ ଦେଇଛନ୍ତି । ଘଟଣାର ୩ ଦିନ ପରେ ଶବରୁ ଦୁର୍ଗନ୍ଧ ବାହାରିବାରୁ ଭାଉଜ କରିଥିବା କାଣ୍ଡ ବାହାରକୁ ଆସିଛି । ନଣନ୍ଦ ନିଜ ଭାଉଜଙ୍କୁ ଫୋନରେ କଥା ହେବାକୁ ରୋକୁଥିଲେ । ଏହି କାରଣରୁ ଭାଉଜ ନିଜ ନଣନ୍ଦଙ୍କୁ ହତ୍ୟା କରିଦେଇଛନ୍ତି ।

ହତ୍ୟାର ଏହି ଘଟଣା ଜୋଧପୁରର ଝଓଁର ଥାନା ଅଞ୍ଚଳରେ ଘଟିଛି । ଯାଞ୍ଚ ଅଧିକାରୀ କିଶନ ଲାଲ ବିଶୋଇଙ୍କ କହିବା ଅନୁସାରେ ବଡୋଲିଆ ଗାଁରେ ଢାଣି ଅଞ୍ଚଳରେ ରେଖା ନିଜ ଛୋଟ ଛୁଆଙ୍କ ସହ ରହୁଥିଲେ । ପୁର୍ବ ଏକ ସପ୍ତାହ ଠାରୁ ପାଲି ଜିଲ୍ଲାରେ ରହୁଥିବା ତାଙ୍କ ଭାଉଜ ପୂଜା, ରେଖାଙ୍କ ଘରକୁ ରହିବା ପାଇଁ ଆସିଥିଲେ । ଆସିବା ଦିନ ଠାରୁ ପୂଜା ଦିନ ରାତି ଫୋନରେ କାହା ସହ କଥା ହୁଅନ୍ତି ।

ଏହିସବୁ ଦେଖି ରେଖା ନିଜ ଭାଉଜଙ୍କୁ କହିଥିଲେ ଯେ, ସେ ତା’ ଭାଇ ଆସିଲେ ତାଙ୍କୁ ଜଣାଇ ଦେବ ଯେ, ସେ ପୁରକ ଦିନ କାହା ସହ ଫୋନରେ କଥା ହେଉଛନ୍ତି । ଏହି କଥାରୁ ରାଗି ଯାଇ ପୂଜା ରାତିରେ ଶୋଇବା ସମୟରେ ଏକ ଧାରୁଆ ଅସ୍ତ୍ରରେ ରେଖାଙ୍କୁ ଆକ୍ରମଣ କରିଥିଲା ଏଥିରେ ରେଖାର ମୃତ୍ୟୁ ହୋଇଯାଇଥିଲା ।

ରେଖାର ମୃତ୍ୟୁ ଖବର କେହି ନଜାଣନ୍ତୁ ସେଥିପାଇଁ ପୂଜା ତା’ ଶବକୁ ବେଡଶିଟରେ ଘୋଡାଇ ଏକ ବାକ୍ସରେ ରଖିଦେଇଥିଲା ।
ଘଟଣାର ୩ ଦିନ ପରେ ଶବରୁ ର୍ଦୁଗନ୍ଧ ଆସିବାରୁ ରେଖାର ବଡ ଝିଅ ସନ୍ଦେହ କରି ନିଜ ମାମୁଁଙ୍କୁ ଏକଥା ଜଣାଇଥିଲେ । ମାମୁଁ ପୋଲିସକୁ ଜଣାଇବା ସହିତ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ଓ ତନାଘନା ଆରମ୍ଭ କରିଥିଲା । ଏହାପରେ ବାକ୍ସ ଭିତରୁ ଶବକୁ ଉଦ୍ଧାର କରିଥିଲା ।
ଏହାପରେ ପୋଲିସ ପଚରାଉଚରା କରିବାରୁ ପୂଜା ନିଜର ଦୋଷ ସ୍ୱୀକାର କରିନେଇଥିଲା । ପରେ ପୋଲିସ ପୂଜାକୁ ଗିରଫ କରିଛି ଓ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking