28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶସିବିଆଇ ବିଲ୍ଡିଂର ବେସମେଣ୍ଟରେ ଲାଗିଲା ନିଆଁ

ସିବିଆଇ ବିଲ୍ଡିଂର ବେସମେଣ୍ଟରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲୋଧି ରୋଡ ଅଂଚଳରେ ସିଜିଓ କମ୍ପେ୍ଲକ୍ସସ୍ଥିତ ସିବିଆଇ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । କୁହାଯାଉଛି ଯେ, ବିଲ୍ଡିଂର ବେସମେଣ୍ଟରେ ନିଆଁ ଲାଗିଛି । ବର୍ତମାନ ସମସ୍ତଙ୍କୁ ଭିତରୁ ଉଦ୍ଧାର କରାଯାଇଛି । ଦମକଳବାହିନୀର ୮ଟି ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
ଦମକଳ ବିଭାଗକୁ ନିଆଁ ଲାଗିଥିବା ନେଇ ଦ୍ୱିପ୍ରହର ୧.୩୬ରେ ସୂଚନା ମିଳିଥିଲା । ବର୍ତମାନ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ମାତ୍ର ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା କୁହାଯାଉଛି । ଏହାପୂର୍ବରୁ ଚଳିତ ବର୍ଷ ସେହି ବିଲ୍ଡିଂର ବେସମେଣ୍ଟରେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିଲା । ହେଲେ ସେତେବେଳେ କାହାର କିଛି କ୍ଷତି ହୋଇନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking