37.1 C
Bhubaneswar
Saturday, May 18, 2024
Homeଅପରାଧନାବାଳିକାକୁ ଆଲବମ୍‌ରେ ହିରୋଇନ ଅଫର୍ ଦେଇ ଅଭିଯୁକ୍ତ ଜଣକ କଲେ କିଛି ଏପରି....

ନାବାଳିକାକୁ ଆଲବମ୍‌ରେ ହିରୋଇନ ଅଫର୍ ଦେଇ ଅଭିଯୁକ୍ତ ଜଣକ କଲେ କିଛି ଏପରି….

ଭୁବନେଶ୍ୱର: ଗୋଟେ ନୂଆ ଆଲବମ୍ବନାଉଛୁ ଭୁବନେଶ୍ୱର ଆସ, ସୁଟିଂ ହେବ ଏମିତି ବାହାନାରେ ଜଣେ ନାବାଳିକା ଅଭିନେତ୍ରୀଙ୍କୁ ଡାକି ରାତିତମାମ ଦୁଷ୍କର୍ମ କଲେ ସଂପୃକ୍ତ ଅଭିନେତ୍ରୀ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ପ୍ରଥମେ ମହିଳା ଥାନା ପରେ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି ପୁଲିସ ଘଟଣାର ତଦନ୍ତ କରିବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରାଇଛି

ସୂଚନା ମୁତାବକ, ଅଭିନେତ୍ରୀ ପିଙ୍କି(ଛଦ୍ମନାମ)ଙ୍କ ଘର ଖୋର୍ଦ୍ଧା ବାଣପୁରରେ ବୟସ ୧୭ ବର୍ଷ ପୂର୍ବରୁ ସେ ଏକାଧିକ ଓଡି଼ଆ ଆଲ୍ବମ୍ରେ ଅଭିନୟ କରିଛନ୍ତି ୟୁ ଟ୍ୟୁବ୍‌’ରେ ମଧ୍ୟ କିଛି ଆଲବମ୍ଗୀତ ରହିଛି ତାଙ୍କ ଅଭିଯୋଗ ହେଉଛି, ୨ଦିନ ତଳେ ବିଷ୍ଣୁ ଭାଇ ନାମକ ଆଲବମ୍ନିର୍ମାତା ତାଙ୍କୁ ଫୋନ୍କରିଥିଲେ କହିଥିଲେ,‘ସୋନାଲି ନନ୍ଦଙ୍କ ଧୋକ୍କା କାହାଣୀକୁ ନେଇ ଏକ ଆଲବମ ସୁଟିଂ ହେବ ତୁରନ୍ତ ଆସି ଦେଖା କର

ସୁରଜ ନାମକ ଜଣେ ଅଭିନେତା ତାଙ୍କ ହ୍ୱାଟସ୍ଆପ୍ନମ୍ବରରୁ ପିଙ୍କି ସହ ଚାଟ୍କଲେ ଉକ୍ତ ଆଲବମ ଗୀତରେ ସେ ହିରୋ ଭୂମିକାରେ ଅଭିନୟ କରିବେ ବୋଲି କହି ପିଙ୍କି ସହ କଥାବାର୍ତ୍ତା ଆଗେଇଲେ ନାନା ବାହାନାରେ ଚାଟ୍କରିଥିଲେ ପିଙ୍କି ଗତକାଲି ସକାଳେ ବାଣପୁରରୁ ବସ୍ଯୋଗେ ବରମୁଣ୍ଡା ଆସିଥିଲେ ସୁରଜ ସେଠାରୁ ପିଙ୍କିଙ୍କୁ ବାଇକ୍ରେ ଭରତପୁର ବସ୍ତିସ୍ଥିତ ଭଡ଼ାଘରକୁ ନେଇଥିଲେ ସେଠାରେ ବିଷ୍ଣୁ ଭାଇ ବି ଉପସ୍ଥିତ ଥିଲେ

ସୁଟିଂ ୟୁନିଟ୍ସହ ପିଙ୍କି ଖଣ୍ଡଗିରି ପାହାଡ଼କୁ ଯାଇଥିଲେ ସେଠାରେ ଏକ ବିବାହ ଉତ୍ସବର ସୁଟିଂ ହୋଇଥିଲା ସୁଟିଂ ସରୁ ସରୁ ସନ୍ଧ୍ୟା ହୋଇଗଲା ଏହି ବାହାନାରେ ସୁରଜ କହିଥିଲେ, ତମେ କାହିଁକି ଘରକୁ ଯିବ ମୋ ଘରକୁ ଚାଲ ସେଠି ଅଲଗା ରୁମ୍ଅଛି ରାତିରେ ରହିବ ସକାଳୁ ପୁଣି ସୁଟିଂ ଅଛି ସୁରଜ ଏମିତି ବାହାନାରେ ପିଙ୍କିକୁ ମନାଇ ନିଜ ଘରକୁ ନେଇଗଲେ ସେଠାରେ ରାତିତମାମ ସୁରଜ ପିଙ୍କିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି

ସୁରଜ ଶୁକ୍ରବାର ସକାଳୁ ପିଙ୍କିକୁ ଧମକାଇ ବସଷ୍ଟାଣ୍ଡରେ ଛାଡି଼ ଦେଇଥିଲେ ପିଙ୍କି ସେଠାରୁ ଗାଁକୁ ଯାଇ ଲକ୍ଷ୍ମୀସାଗରରେ ରହୁଥିବା ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରକୁ ଯାଇଥିଲେ ସେଠାରେ ଭାଇ ସମସ୍ତ କଥା ଜାଣିବା ପରେ ମହିଳା ଥାନାକୁ ଯାଇ ଅଭିଯୋଗ କରିଥିଲେ ସନ୍ଧ୍ୟାରେ ଭରତପୁର ଥାନାକୁ ଯାଇ ଏତଲା ଦେଇଥିଲେ ପୁଲିସ କେସ ନମ୍ବର ୭୬/୨୨ରେ ଏକ ମାମଲା ରୁଜୁ କରି ୩୭୬, ୨୯୪, ୫୦୬ ପୋକ୍ସୋ ଆକ୍ଟ ସେକ୍ସନ ଲଗାଇଛି ପୀଡ଼ିତାଙ୍କ ତଥ୍ୟ ଅନୁସାରେ ଭରତପୁର ବସ୍ତିର ଅଭିଯୁକ୍ତ ଘରେ ଚଢ଼ଉ କରି ଖାଲି ହାତରେ ଫେରିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking