27.1 C
Bhubaneswar
Sunday, September 8, 2024
Homeଓଡିଶାଚର୍ଚ୍ଚାରେ ଆଲିଆ ଭଟ୍ଟ୍‌ଙ୍କ ଡିପ୍‌ଫେକ୍ ଭିଡିଓ

ଚର୍ଚ୍ଚାରେ ଆଲିଆ ଭଟ୍ଟ୍‌ଙ୍କ ଡିପ୍‌ଫେକ୍ ଭିଡିଓ

ମୁମ୍ବାଇ: ରଶ୍ମିକା ମାନ୍ଧାନା, କଟ୍ରିନା କୈଫ୍ ଓ ସାରା ତେନ୍ଦୁଲକରଙ୍କ ପରେ ବର୍ତ୍ତମାନ ବଲିଉଡ୍‌ର ଅନ୍ୟତମ ଅଭିନେତ୍ରୀ ଆଲିଆ ଭଟ୍ଟ୍‌ଙ୍କ ଡିପ୍‌ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓରେ ଆଲିଆ ଅଶାଳୀନ ଭଙ୍ଗିରେ ଦୃଶ୍ୟମାନ ହେଉଛନ୍ତି । ଅଭିଯୁକ୍ତମାନେ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଜରିଆରେ ଅନ୍ୟ ଜଣେ ମହିଳାଙ୍କ ଶରୀରରେ ଆଲିଆଙ୍କ ମୁହଁକୁ ଯୋଡି କଦର୍ଥ କରିଥିବା କୁହାଯାଉଛି । ଡିପ୍‌ଫେକ୍ କୁକର୍ମ ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାର ନିକଟରେ କଠୋର ଦଣ୍ଡ ବ୍ୟବସ୍ଥା ଲାଗୁ କରିଛନ୍ତି ।

ଡିପ୍‌ଫେକ୍ ଭିଡିଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍ ଓ ୧ ଲକ୍ଷ ଟଙ୍କା ଜୋରିମାନା ଲାଗୁ ବ୍ୟବସ୍ଥା କରାଯାଇଛି । ଡିପ୍‌ଫେକ୍‌ର ଶିକାର ହେଉଥିବା ବ୍ୟକ୍ତିଙ୍କ ପାଇଁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ୱେବ୍‌ସାଇଟ୍ ଖୋଲାଯିବ ବୋଲି କୁହାଯାଇଛି । ଏଆଇ ଏକ ଉପଯୋଗୀ ଟେକ୍ନୋଲୋଜି ହୋଇଥିବବେଳେ କେତେକ ଖଳ ପ୍ରକୃତିର ଲୋକ ଏହାର ଅପବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking