36.1 C
Bhubaneswar
Tuesday, June 9, 2026
Homeଓଡିଶାଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ

ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ । ମୋଟ ୪ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।ଆସନ୍ତା ୧୮ ତାରିଖରେ ରାଜ୍ୟସଭା ଉପନିର୍ବାଚନ ହେବାକୁ ଯାଉଛି । ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟଙ୍କ ପ୍ରାର୍ଥୀପତ୍ର କାଏମ । ସୂଚନାଥାଉକି, ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତରାୟ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଭରିଥିଲେ

ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଶେ ଦେବାଶିଷଙ୍କୁ ପ୍ରାର୍ଥୀ କରିଛି ବିଜେପି। ରାଜ୍ୟସଭା ଉପନିର୍ବାଚନ ଜୁନ୍ ୮ ଥିଲା ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ। ଜୁନ୍ ୯ରେ ପ୍ରାର୍ଥିପତ୍ର ଯାଞ୍ଚ । ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଜୁନ୍ ୧୧। ଜୁନ୍ ୧୮ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ହେବ ଓ ଫଳାଫଳ ଘୋଷଣା କରାଯିବ। ଯଦି ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନଦିଅନ୍ତି ଅବା କେହି ସ୍ୱାଧୀନ ଭାବେ ପ୍ରାର୍ଥୀ ନ ହୁଅନ୍ତି, ତା’ହେଲେ ଭୋଟ୍‌ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ଦେବାଶିଷ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking