30.1 C
Bhubaneswar
Sunday, May 19, 2024
Homeଓଡିଶାଚିକିତ୍ସା ଅବହେଳାରୁ ଆଖି ବୁଜିଲେ ଏଚ୍‌ଆଇଭି ଆକ୍ରାନ୍ତ 

ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ଏଚ୍‌ଆଇଭି ଆକ୍ରାନ୍ତ 

ଟିଟିଲାଗଡ: ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୨ ସର୍ଗିଗୁଡା ଅଶୋକ ନଗରର ବାସିନ୍ଦା ୬୨ ବର୍ଷୀୟ ଜଗନ୍ ବାଗ ଓ ତାଙ୍କ ୨୮ ବର୍ଷୀୟା ପୁତ୍ର ସୋମନାଥ ବାଗ ଉଭୟ ଏଚ୍‌ଆଇଭି ସଂକ୍ରମିତ ହୋଇଥିବାବେଳେ ଚିକିତ୍ସା ଅବହେଳାରୁ ପୁଅର ମୃତ୍ୟୁ ହୋଇଛି । ଶେଷରେ ପୁଅକୁ ଶବକୁ ଗାଁକୁ ନେବା ପାଇଁ ବାପା ସମସ୍ତଙ୍କୁ ଆକୁଳ କଣ୍ଠରେ ନିବେଦନ କରୁଥିବାର ଅଭାବନୀୟ ଦୃଶ୍ୟ ସାମ୍‌ନାକୁ ଆସିଛି ।

ଉଭୟ ବାପପୁଅ ଏଚ୍‌ଆଇଭି ସଂକ୍ରମିତ ହୋଇ ଜିଲ୍ଲା ଏଆର୍‌ଟି କେନ୍ଦ୍ରରୁ ନିୟମିତ ଔଷଧ ସେବନ କରି ଆସୁଥିଲେ । ଗତ ତିନି ମାସ ଧରି ଉଭୟ ବାପପୁଅ ଗୁରୁତର ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଘରେ ପଡ଼ି ରହିଥିଲେ । ମାତ୍ର ସାଇଟିଆଇ ପ୍ରକଳ୍ପ ତରଫରୁ ସେମାନଙ୍କୁ କୌଣସି ପ୍ରକାର ସହଯୋଗ ମିଳିପାରି ନଥିଲା । ଅବସ୍ଥା ଗୁରୁତର ହେବାରୁ ସମ୍ପର୍କୀୟଙ୍କ ସହାୟତାରେ ଉଭୟଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଟିଟିଲାଗଡ଼ ଡାକ୍ତରଖାନାରେ ବିଶେଷ ସୁବିଧା ଉପଲବ୍ଧ ନ ଥିବା ଦର୍ଶାଇ ଉଭୟଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସେଠାରେ ମଧ୍ୟ ରୋଗୀ ଦ୍ୱୟଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିଲା । ପୂର୍ବରୁ ସୋମନାଥ ବାଗ ଜୀବିତ ଥିବାବେଳେ ନିଜେ ଏନେଇ ଗଣମାଧ୍ୟମରେ ଅଭିଯୋଗ କରିଥିଲେ । ଉପଯୁକ୍ତ ଚିକିତ୍ସା ନ ପାଇ ଯଦି ତାଙ୍କ ମୃତ୍ୟୁ ହୁଏ ତେବେ ଉକ୍ତ ପ୍ରକଳ୍ପ ଓ ପ୍ରଶାସନିକ ଅଧିକାରୀ ଦାୟୀ ରହିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଥିଲେ । ଅଭାବ ଅସୁବିଧାରେ ଥିବା ଉଭୟ ବାପ ଓ ପୁଅ ଡାକ୍ତରଙ୍କ କହିବା ସତ୍ତ୍ୱେ ଏ ଆର ଟି ଔଷଧ ପାଇ ପାରୁ ନ ଥିଲେ । କେବଳ ସାଲାଇନ ଓ ଇଞ୍ଜେକ୍ସସନ୍ ଆଦିରେ ଚିକିତ୍ସା ଚାଲୁଥିଲା । ଶେଷରେ ସୋମନାଥ ବାଗ ଆଜି ସକାଳ ପ୍ରାୟ ୬ଟା ୩୦ରେ ଆଖି ବୁଜିଦେଇଛନ୍ତି । ତଥାପି ଏତିକିରେ ଦୁଃଖ ସରିନଥିଲା । ପୁଅର ଶବକୁ ଟିଟିଲାଗଡ଼କୁ ଆଣିବା ପାଇଁ ଶବ ବାହକ ଗାଡ଼ି ଖର୍ଚ୍ଚ ବାବଦରେ ପିତା ଜଗନ ବାଗଙ୍କ ପାଖରେ ଆବଶ୍ୟକ ଅର୍ଥ ନ ଥିବାରୁ ସେ ସାହାଯ୍ୟ ପାଇଁ ଗୁହାରି କରୁଥିବା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବହୁ ସମୟ ପରେ ସ୍ୱର୍ଗରଥ ଗାଡ଼ି ମାଧ୍ୟମରେ ତାଙ୍କ ଶବ ଟିଟିଲାଗଡ଼କୁ ଅଣାଯାଇଥିବା ତାଙ୍କ ବଡ଼ଭାଇ ଦଇତାରୀ ବାଗ ପକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking