29.1 C
Bhubaneswar
Wednesday, May 1, 2024
Homeଓଡିଶାବଡ଼ତଇଲା ସଂରକ୍ଷିତ ଜଙ୍ଗଲ ରେ ଦନ୍ତା ହାତୀ ର ମୃତ୍ୟୁ

ବଡ଼ତଇଲା ସଂରକ୍ଷିତ ଜଙ୍ଗଲ ରେ ଦନ୍ତା ହାତୀ ର ମୃତ୍ୟୁ

 ଦେବଗଡ଼ : ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ଅନ୍ତର୍ଗତ ବଡ଼ତଇଲା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆଜି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣା ପଡିଛି l ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଣାଇ ବନଖଣ୍ଡ ଅଞ୍ଚଳ ରୁ ଗତକାଲି ସକାଳେ ଏକ 10/12 ବର୍ଷୀୟ ଦନ୍ତାହାତୀ ବାରକୋଟ ବନାଞ୍ଚଳ ଅନ୍ତର୍ଗତ ମରଡ଼ଙ୍ଗ ଗ୍ରାମ ନିକଟସ୍ଥ ବଡ଼ତଇଲା ସଂରକ୍ଷିତ ଜଙ୍ଗଲ କୁ ଚାଲି ଆସିଥିବା ବନ କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ l ତେବେ ହାତୀଟି ର ପାଟିରୁ ଲାଳ ବାହାରୁ ଥିବା ବେଳେ ହାତୀଟି ସମ୍ପୂର୍ଣ ଦୁର୍ବଳ ଅବସ୍ଥା ରେ ଦେଖିବାକୁ ମିଳିଥିଲା l ଏ ସମ୍ପର୍କ ରେ ସୂଚନା ପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ଭୁବନେଶ୍ୱର ସ୍ଥିତ ପ୍ରାଣୀ ସମ୍ପଦ ବିଭାଗ ବିଶାରଦ ଡାକ୍ତର ନିରଞ୍ଜନ ସାହୁ ଙ୍କ ସହ ଯୋଗାଯୋଗ କରି ଆଜି ହାତୀର ଚିକିତ୍ସା ଆରମ୍ଭ କରିଥିଲେ l ମାତ୍ର ଚିକିତ୍ସାଧୀନ ଅବସ୍ଥା ରେ ମଧ୍ୟାହ୍ନ ରେ ହାତୀଟି ର ମୃତ୍ୟୁ ଘଟିଥିଲା l ପରେ ବାରକୋଟ ପ୍ରାଣୀ ବିଭାଗ ଡାକ୍ତର ଙ୍କ ଦ୍ୱାରା ହାତୀଟି ର ମୃତ ଦେହ ବ୍ୟବଛେଦ କରାଯାଇ ଜଙ୍ଗଲ ମଧ୍ୟରେ ପୋତି ଦିଆଯାଇଥିଲା l ପ୍ରାଥମିକ ତଦନ୍ତ ରେ ହାତୀର ପାଟି ମଧ୍ୟରେ ଏକ ଟ୍ୟୁମର ସୃଷ୍ଟି ହୋଇଥିବା କାରଣରୁ ହାତୀଟି ଖାଦ୍ୟ ଗ୍ରହଣ କରି ନପାରି ଦୁର୍ବଳ ହୋଇପଡି ଅନାହାର ଯୋଗୁଁ ହାତୀର ମୃତ୍ୟୁ ଘଟିଥିବା ଜଣା ପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking