ବ୍ୟୁରୋ : ଆଗକାଳରେ ଆମେମାନେ ଯୌଥ ପରିବାରରେ ବଢ଼ୁଥିଲେ, ମହିଳାମାନଙ୍କ ଉପରେ କୌଣସି କାମର ଚାପ ନ ଥିଲା, ପୁରୁଷମାନେ ଯାହା ରୋଜଗାର କରୁଥିଲେ ତାହା ଖାଇ ପୁଣି ବଳୁଥିଲା। ରୋଜଗାର କମ୍ ପଡ଼ିଲେ ମଧ୍ୟ ନିଜର ଜମିଚାଷରୁ ଆବଶ୍ୟକ ପରିମାମର ଖାଇବା ଜଣେ ଆଦାୟ କରିପାରୁଥିଲା। ମଣିଷ ନିଜ ପରିବାରରେ ମନ କଥା ବାଣ୍ଟିପାରୁଥିଲା ଯାହା ତାକୁ ମାନସିକ ଭାବେ ଦୁର୍ବଳ କରୁ ନ ଥିଲା। ସମାଜ ବଦଳିବା ସଂଗେ ସଂଗେ ଆମର ଆବଶ୍ୟକତା ବଢ଼ିଲା ଓ ରୋଜଗାରର ପରିଧି ମଧ୍ୟ ବୃଦ୍ଧି ପାଇଲା। ଏବେ ସମାଜ ଏତେ ଆଗକୁ ଯାଇଛି ଯେ ପୁଅଟିଏ ପରି ଝିଅଟିଏ ମଧ୍ୟ ସ୍ୱାବଲମ୍ୱୀ ହେବା ଜରୁରୀ ହୋଇପଡ଼ିଛି। ଏଣୁ ଆମର ଦାୟିତ୍ୱ ବଢ଼ିଯାଉଛି। ଆମେ ଅତି ଆଧୁନିକ ଢାଞ୍ଚାର ଜୀବନଶୈଳୀ ପାଇଁ ପରିଶ୍ରମ କରୁଛେ, କିନ୍ତୁ ବିକଳ୍ପ ଭାବେ ଦେଖିଲେ ଆମକୁ ମାନସିକ ଅବସାଦ ମାଡ଼ି ବସୁଛି। ଏବେ ଶାରୀରିକ ରୋଗର କାରଣ ହେଉଛି ଏହି ମାନସିକ ଅବସାଦ ବା ବିଭିନ୍ନ ମାନସିକ ଚିନ୍ତା। ନିଦ ଠିକ୍ରେ ନ ହେବା, ଅନେକ କଥା ମନେ ନ ରହିବା ଆଦି ସମସ୍ୟା ପ୍ରାୟ ଦେଖାଗଲାଣି।