40.1 C
Bhubaneswar
Thursday, April 25, 2024
Homeଓଡିଶାହାତୀ ଛୁଆର ମୃତ୍ୟୁ

ହାତୀ ଛୁଆର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ ସଂଖ୍ୟା କମିବାରେ ନାଁ ନେଉନାହିଁ । କେବେ ଶିକାରୀ ଆକ୍ରମଣରେ ତ କେତେବେଳେ ଦୁର୍ଘଟଣାରେ । ପୁଣି ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ବିଜେପି ରେଞ୍ଜ ଯାତ୍ରା ପଞ୍ଚାୟତର ନାଡାପାଣି ଗ୍ରାମ ନିକଟସ୍ଥ ବିଲରେ ଏହି ଘଟଣା ହୋଇଥିବା ଜଣାପଡିଛି । ଉକ୍ତ ଅଞ୍ଚଳରେ ୯ ଜଣିଆ ହାତୀ ପଲ ଥିବା ବେଳେ ଆଜି ସକାଳୁ ଏହି ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହାତୀ ଛୁଆଟିର ବୟସ ଦୁଇ ବର୍ଷ ହେବ ବୋଲି ଜଣାପଡ଼ିଛି । ଖବର ପାଇ ବନଖଣ୍ଡ ଅଧିକାରୀ, ରେଞ୍ଜର ପହଁଚି ଥିବା ଜଣା ପଡ଼ିଛି । କେଉଁ କାରଣରୁ ହାତୀ ଛୁଆଟିର ମୃତ୍ୟୁ ହୋଇଛି ଆସନ୍ତା କାଲି ବ୍ୟବଛେଦ ପରେ ଜଣା ପଡିବ ବୋଲି ବିଜେପି ରେଞ୍ଜର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking