32.1 C
Bhubaneswar
Tuesday, October 22, 2024
Homeଓଡିଶାବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକ

କନ୍ଧମାଳ: କନ୍ଧମାଳ ଜିଲ୍ଲା କାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କଏଦୀଙ୍କ ମୃତ୍ୟୁକୁ ନେଇ ଏବଂ ଚିକିତ୍ସାରେ ଅବହେଳା ଦର୍ଶାଇ ମୃତକଙ୍କ ପରିବାରବର୍ଗ ସମେତ ଗ୍ରାମବାସୀ ଆଜି ରାସ୍ତାରୋକ କରିଛନ୍ତି । ମୃତ କଏଦୀଙ୍କ ଜଣକ ଗୋଚ୍ଛାପଡ଼ା ଥାନା ଜାରକିକେତା ଗାଁର ମୃତ୍ୟୁଞ୍ଜୟ କହଁର ବୋଲି ଜଣାପଡ଼ିଛି । କ୍ଷତିପୂରଣ ଦାବିରେ ଆଜି ଗୋଚ୍ଛାପଡ଼ା ଥାନା ସମ୍ମୁଖରେ କଏଦୀଙ୍କ ଶବ ରଖି ଗାଁଲୋକେ ଧାରଣା ଦେବା ସହ ଗୋଚ୍ଛାପଡ଼ା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।
ସୂଚନା ଅନୁସାରେ ଗତବର୍ଷ ନଭେମ୍ବର ମାସରେ ମୃତ୍ୟୁଞ୍ଜୟ କହଁରଙ୍କୁ ଗୋଚ୍ଛାପଡ଼ା ଥାନା ପୁଲିସ ଏକ ଏନଡିପିଏସ୍ ମାମଲାରେ ଗିରଫ କରିଥିଲା । ସେହି ମାମଲାରେ ସେବେଠାରୁ ସେ ଫୁଲବାଣୀ ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ସଜା କାଟୁଥିଲେ । ଗତମାସ ୧୬ ତାରିଖ ଦିନ ସେ ହଠାତ ଅସୁସ୍ଥ ହୋଇପଡ଼ଇବାରୁ ତାଙ୍କୁ ପ୍ରଥମେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଗତକାଲି ରାତିରେ ହିିଁ ତାଙ୍କର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରିବାର ଲୋକ ମୃତଦେହକୁ ବ୍ରହ୍ମପୁରରୁ ଆଣିବା ପରେ ଆଜି ସକାଳୁ ଉଚିତ କ୍ଷତିପୂରଣ ଦାବି କରି ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଗୋଛାପଡ଼ା ରାସ୍ତା ଅବରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking