30 C
Bhubaneswar
Tuesday, August 4, 2026
Homeଓଡିଶାଅଙ୍ଗନବାଡ଼ି ଖାଦ୍ୟରେ ମଲା ଝିଟିପିଟି! ୭ରୁ ଅଧିକ ଶିଶୁ ଅସୁସ୍ଥ

ଅଙ୍ଗନବାଡ଼ି ଖାଦ୍ୟରେ ମଲା ଝିଟିପିଟି! ୭ରୁ ଅଧିକ ଶିଶୁ ଅସୁସ୍ଥ

ବାଲେଶ୍ଵର: ଅଙ୍ଗନବାଡ଼ି ପିଲାଙ୍କ ଖାଦ୍ୟରେ ଝିଟିପିଟି ପଡି ୭ରୁ ଉର୍ଦ୍ଧ୍ବ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସିମୁଳିଆ ମେଡ଼ିକାଲରେ ଏହି ଘଟଣା ଘଟିଛି। ସିମୁଳିଆ ବ୍ଲକ୍ ମଇତାପୁର ପଞ୍ଚାୟତ ବଡ଼ଗହମା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲା ମାନଙ୍କୁ ଦିଆଯାଇଥିବା ଖାଦ୍ୟ ରେ ମଲା ଝିଟିପିଟି ପଡ଼ିଥିଲା ଏ‌ହି ଘଟଣା ରେ ଅଭିଭାବକ ମାନେ ପିଲାମାନଙ୍କୁ ସିମୁଳିଆ ମେଡିକାଲ ରେ ଭର୍ତ୍ତି କରିଥିଲେ ।ପିଲା ମାନଙ୍କୁ ଦିଆଯାଇଥିବା ଖାଦ୍ୟରେ ଏପରି ଘଟଣା ଘଟିଛି । ଜଣେ ପିଲା  ଖାଇବାପାଇଁ ହାତ ପୁରାଇ ଥିଲେ । ସେ ପ୍ରଥମେ ପରିବା ସନ୍ଦେହ ହେବାରୁ  ଉପରକୁ ଟେକିଦେଖିବା ପରେ  ତାହା ମଲା ଝିଟିପିଟି ଥିଲା । ଏହା ଦେଖି ଅଭିଭାବକ ମାନେ ସଙ୍ଗେ ସିମୁଳିଆ ମେଡିକାଲ କୁ ଆଣିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ପିଲା ମାନଙ୍କର ଅବସ୍ଥା ଠିକ ଥିବା ବେଳେ ଏଭଳି ଦିଦିଙ୍କ ଅବହେଳା ପାଇଁ ବିଭାଗ କଠୋର କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଅଭିଭାବକ ମାନେ ଦାବି କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking