37.2 C
Bhubaneswar
Friday, April 19, 2024
Homeଅପରାଧପାଣିଟାଙ୍କିରୁ ମିଳିଲା ଶିଶୁ କନ୍ୟାର ମୃତଦେହ : ଜେଜେମା ଅଟକ

ପାଣିଟାଙ୍କିରୁ ମିଳିଲା ଶିଶୁ କନ୍ୟାର ମୃତଦେହ : ଜେଜେମା ଅଟକ

ଚାନ୍ଦବାଲି: ପାଣିଟାଙ୍କିରୁ ମିଳିଲା ଶିଶୁ କନ୍ୟାର ମୃତଦେହ । ଏପରି ଏକ ମର୍ମନ୍ତୁଦ ଘଟଣା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏକ ୯ମାସର ଶିଶୁ କନ୍ୟାର ମୃତଦେହକୁ ପାଣି ଟାଙ୍କିରୁ ଉଦ୍ଧାର କରିଛି ସ୍ଥାନୀୟ ପୁଲିସ୍ । ଏହି ଘଟଣାରେ ଶିଶୁ କନ୍ୟାର ଜେଜେମାଙ୍କୁ ପୁଲିସ ଅଟକ ରଖିଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଚାନ୍ଦବାଲି ବ୍ଲକର ପୋତାପୋଖରୀ ଗାଁର ରାଜେନ୍ଦ୍ର ବେହେରାଙ୍କ ୯ମାସର ଶିଶୁକନ୍ୟାର ମୃତଦେହ ଘର ଉପରେ ଥିବା ପାଣିଟାଙ୍କିରୁ ଉଦ୍ଧାର କରାଯାଇଥିଲା । ଶିଶୁକୁ ଉଦ୍ଧାର କରାଯିବା ପରେ ଚାନ୍ଦବାଲି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛଥିଲେ । ତେବେ ଶିଶୁଟିକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଶିଶୁ କନ୍ୟାର ମାମୁଁ ସୁକାନ୍ତ ରାଉତ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି ।
ପୁଲିସ ମୃତଦେହ ଜବତ କରିବା ସହ ବାଲେଶ୍ୱର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । ତେବେ ରାଜେନ୍ଦ୍ର ବେହେରାଙ୍କ ବଡ଼ ଭାଇ ଖଗେଶ୍ବରଙ୍କ ଝିଅଙ୍କ ବୟାନକୁ ଭିତ୍ତ କରି ଶିଶୁର ଜେଜେମାଙ୍କୁ ଅଟକ ରଖିଛି ପୁଲିସ । ରାଜେନ୍ଦ୍ର ବେହେରା ବାହାର ରାଜ୍ୟରେ କାମ କରୁଥିବା ବେଳେ ଏବେ ଓଡ଼ିଶା ଫେରିଥିବାରୁ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ଏପରି ସମୟରେ ତାଙ୍କ ଶିଶୁ କନ୍ୟାର ମୃତ୍ୟୁ ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking