14.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗହାଇଦ୍ରାବାଦରୁ ନୟାଗଡ଼ କୁ ଦାଦନ ଶ୍ରମିକର ଶବ ଫେରିଲା

ହାଇଦ୍ରାବାଦରୁ ନୟାଗଡ଼ କୁ ଦାଦନ ଶ୍ରମିକର ଶବ ଫେରିଲା

ନୟାଗଡ଼ : ଓଡ଼ିଆ ଶ୍ରମିକର ଶବ ହାଇଦ୍ରାବାଦର ଡାକ୍ତରଖାନାରେ ୩ ଦିନ ପଡ଼ି ରହିବା ପରେ ଜିଲାପ୍ରଶାସନର ସହାୟତରେ ହାଇଦ୍ରାବାଦରୁ ନୟାଗଡ଼ କୁ ଫେରିଲା ଶବ। ଘଟଣାରୁ ପ୍ରକାଶ ଇଟାମାଟି ଥାନା ଅନ୍ତର୍ଗତ ଖଇରପଟି ଗ୍ରାମର କୈଳାଶ ମହାପାତ୍ରଙ୍କ ପୁଅ କୃଷ୍ଣ ମହାପାତ୍ର(୨୦) ୪ଜଣ ଯୁବକଙ୍କ ସହିତ ହାଇଦ୍ରାବାଦର ଖମ ନାମକ ସ୍ଥାନରେ ଥିବା ଏକ କମ୍ପାନୀରେ କାମ କରୁଥିଲେ। ଗତ ସୋମବାର ରାତିରେ କୌଣସି କାରଣରୁ ସେହି ଗ୍ରାମର ଅଭି ନାମକ ଯୁବକଙ୍କ ସହିତ କୃଷ୍ଣର ଝଗଡ଼ା ହୋଇଥିଲା। ଅଭି ମଦ୍ୟପାନ କରି କୃଷ୍କକୁ ବାଡ଼େଇ ମାରିଦେଇଥିବା କୃଷ୍ଣଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୁଲିସ ଅଭିକୁ ଧରି ଥାନାରେ ଅଟକ ରଖିଛି। ତେବେ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ୩ଦିନ ଶବ ପଡ଼ି ରହିବା ପରେ କୃଷ୍ଣଙ୍କ ପରିବାର ଲୋକେ ଶବକୁ କେମିତି ଆଣିବେ ଚିନ୍ତାରେ ପଡ଼ିଥିଲେ। ଶେଷରେ ଶବ ଫେରିବା ନେଇ ନୟାଗଡ଼ ଜିଲା ପ୍ରଶାସନ ଓ ଜିଲା ଶ୍ରମ କାର୍ଯ୍ୟାଳୟର ସହାୟତା ଲୋଡ଼ିଥିଲେ। ପ୍ରଶାସନର ସହାୟତାରେ କୃଷ୍ଣର ଶବ ହାଇଦ୍ରାବାଦରୁ ଆଜି ନୟାଗଡ଼ କୁ ଫେରି ଖଇରପଟିରେ ପହଂଚିଲା । ଉଲ୍ଲେଖଯୋଗ୍ୟ କରୋନା ଭୟାବହତାକୁ ନେଇ ସରକାରଙ୍କ ସହଯୋଗରେ ଏମାନେ ନିଜ ଗ୍ରାମକୁ ଫେରିଥିବାବେଳେ ପରିବାର ପ୍ରତିପୋଷଣରେ ଅସୁବିଧା ହେବାରୁ ସେମାନେ ଦେଢମାସ ତଳେ ପୁଣି ମୃତ କୃଷ୍ଣ ମହାପାତ୍ର ନିଜ ଗ୍ରାମର ୪ଜଣ ଯୁବକଙ୍କ ସହିତ ହାଇଦ୍ରାବାଦକୁ ଯାଇଥିଲେ। ତେବେ ଆଜି ନୟାଗଡ଼ରେ ଶବ ପହଂଚିଲା ପରେ କୃଷ୍ଣ ହତ୍ୟାର ପ୍ରକୃତ କାରଣ କ’ଣ ପୁଲିସ ତଦନ୍ତରୁ ଜଣାପଡିବ ବୋଲି ଜନ ସାଧାରଣ ମତ ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking