27.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଅଗଷ୍ଟ ୩୦ ସୁଦ୍ଧା ଦରମା ନମିଳିଲେ ଆମରଣ ଅନଶନ

ଅଗଷ୍ଟ ୩୦ ସୁଦ୍ଧା ଦରମା ନମିଳିଲେ ଆମରଣ ଅନଶନ

ଯାଜପୁର : କଳିଙ୍ଗନଗର ନୀଳାଚଳ ଇସ୍ପାତ କାରଖାନାର ସ୍ଥିତ ସୁଧାର ଆସିବାରେ ବିଳମ୍ବ ଘଟୁଛି । କର୍ମଚାରୀମାନେ ୬ ମାସ ହେବ ଦରମା ନପାଇ ଅଭାବ ଅନାଟନରେ ସମୟ ବିତାଉଥିଲା ବେଳେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଗତ ଫେବ୍ରୁଆରି ମାସରୁ ସମସ୍ତ ବକେୟା ଦରମା ଏବଂ ସରକାରଙ୍କ ନିୟନ୍ତ୍ରଣରେ ନୀଳାଚଳର ନିଜସ୍ୱ ଲୁହାପଥର ଖଣି ସହ କରଖାନାକୁ ଯଥାଶୀଘ୍ର ଚାଲୁକରିବାକୁ ନୀଳାଚଳ ମିଲିତ ମଞ୍ଚ ତରଫରୁ ଗତ ୧୫ ଜୁଲାଇରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ୬୦ରୁ ଉର୍ଦ୍ଧ ଚିଠି ମାଧ୍ୟମରେ ଜିଲ୍ଲା ସ୍ତରରୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସ୍ତରର ସରକାରଙ୍କ ବିଭାଗୀୟ ମନ୍ତ୍ରୀ ,ସାଂସଦ ,ସଚିବ ,ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଥିଲା । ଉକ୍ତ ସମସ୍ୟା ସମାଧାନ ପାଇଁ ଗତ ୧୩ ଅଗଷ୍ଟରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ସହଯୋଗ ଏବଂ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିଉସ ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବକେୟା ଦରମା ପ୍ରଦାନ ସହ କରଖାନାକୁ ସେଲ ଭଳି ରାଷ୍ଟ୍ରୀୟତ ଉଦ୍ୟୋଗ ସହ ମିଶ୍ରଣର ପାଇଁ ସବୁଜ ସଙ୍କେତ ମିଳିଥିଲା । କିନ୍ତୁ ୨୪ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ନୀଳାଚଳର ମୁଖ୍ୟ ଅଂଶୀଦାର ଏମ ଏମ ଟି ସି କର୍ତ୍ତୃପକ୍ଷ ନୀଳାଚଳ ମିଲିତ ମଞ୍ଚକୁ ଦେଇଥିବା ଉତ୍ତର ସମସ୍ତ କର୍ମଚାରୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଚିଠିର ଉତ୍ତରରେ ଦର୍ଶାଯାଇଛି ଯେ , କୋରନା ଯୋଗୁଁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଆସନ୍ତା ୨୦୨୦ ଡିସେମ୍ବର କିମ୍ବା ୨୦୨୧ ମାର୍ଚ୍ଚ ମାସ ସୁଦ୍ଧା ସରିଲା ପରେ କାରଖାନା ଚାଲିବା ସମ୍ପର୍କରେ ଜଣାପଡିବ । ସେଲ କିମ୍ବା ଅନ୍ୟ ସରକାରୀ ଉଦ୍ୟୋଗ ସହ ମିଶ୍ରଣ ପାଇଁ ଇସ୍ପାତ ମନ୍ତ୍ରାଳୟ ଓ ଅନ୍ୟ ସମ୍ପୃକ୍ତ ବିଭାଗକୁ ଗୁରୁତ୍ୱ ସହ ବିଚାର ପାଇଁ ଚିଠି ପଠାଯାଇଛି । ଏମ ଏମ ଟି ସି ଗଛିତ ଉତ୍ପାଦନ ବିକ୍ରି ହେଲା ପରେ ଦରମା ଦେବାରେ ସହଯୋଗ କରିବ ବୋଲି ଜଣାଇଛି । ମିଲତ ମଞ୍ଚର ଆବାହକ ରଞ୍ଜନ ନାୟକ ଏଭଳି ବିଳମ୍ବ ଓ ପରୋକ୍ଷ ନକରାତ୍ମକ ଉତ୍ତର ଏବଂ କର୍ମଚାରୀଙ୍କ ଜୀବନ ଜୀବିକା ପ୍ରତି ଦାଇତ୍ଵହୀନ ଚିନ୍ତାଧାରା ଉପରେ କ୍ଷୁବ୍ଧ ହୋଇ ଆମରଣ ଅନଶନ ସହ ଦୁର୍ବାର ଆନ୍ଦୋଳନର ପାଇଁ ଚେତାବନୀ ଦେଇଛନ୍ତି । ଯଦି ଅଗଷ୍ଟ ୩୦ ସୁଦ୍ଧା ଦରମା ନମିଳିଲେ ଦଳମତ ନିର୍ବିଶେଷରେ ସମସ୍ତ କର୍ମଚାରି ଜୀବନ ଜୀବିକା ପାଇଁ ଏକହୋଇ ହୋଇ ଆମରଣ ଅନଶନ ଏବଂ ଦୁର୍ବାର ଆନ୍ଦୋଳନରେ ସାମିଲ ହେବାକୁ ନୀଳାଚଳ ମିଲିତ ମଞ୍ଚ ତରଫରୁ ଆହ୍ୱାନ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking