ଯାଜପୁର : ଜିଲ୍ଲାର କୋରାଇ ଥାନା ଜୁଗଳ ଗ୍ରାମରେ ଦମ୍ପତିଙ୍କ ଆତ୍ମହତ୍ୟା।ସମଗ୍ର ଅଞ୍ଚଳ ରେ ଚର୍ଚ୍ଚା ଚାଲିଛି l ଗତଶୁକ୍ରବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସ୍ବାମୀ ସ୍ତ୍ରୀ। ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସ୍ବାମୀ ଘର ବାହାରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ବାମୀ ଙ୍କ ନାମ ସାନ୍ତନୁ ଜେନା ହୋଇଥିବା ବେଳେ ସ୍ତ୍ରୀ ଙ୍କ ନାମ ସବିତା ଜେନା ବୋଲି ଜଣାପଡିଛି।ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀ ଖିଆପିଆ କରି ଶୋଇବାକୁ ଯାଇଥିଲେ। ପରେ ପୁଅର ପାଟି ଶୁଣି ପରିବାର ଲୋକେ ଉଠି ବୋହୂର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିବା କହିଛନ୍ତି। କିଛି ସମୟ ପରେ ଘର ପଛ ପାଖରେ ଥିବା ଏକ ଗଛରେ ପୁଅର ମୃତଦେହ ଦେଖିଥିଲେ। ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ। ସେପଟେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ପରିବାର। ଗତ ୫ ବର୍ଷ ହେବ ଏହି ଦମ୍ପତି ବିବାହ କରିଥିବା ବେଳେ ତାଙ୍କର ଛୁଆପିଲା ନାହାନ୍ତି। ତେଣୁ ଏନେଇ ବିଭିନ୍ନ ସମୟରେ ତାଙ୍କ ସ୍ବାମୀଙ୍କ ସହ ତାଙ୍କ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ। ପୂର୍ବରୁ ଅନେକଥର ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ସ୍ତ୍ରୀ ବାପଘରକୁ ଚାଲି ଯାଉଥିଲେ। ତେବେ ଏହି କାରଣରୁ ପ୍ରଥମେ ସ୍ତ୍ରୀ ଙ୍କୁ ହତ୍ୟା କରି ପରେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିବା ମୃତା ମହିଳାଙ୍କ ପରିବାର ଲୋକେ କହିଛନ୍ତି। ଏତଲା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।