34.1 C
Bhubaneswar
Tuesday, March 18, 2025
Homeଦେଶ ବିଦେଶଯମୁନା ନଦୀରେ ଭାସୁଛି ଶବ

ଯମୁନା ନଦୀରେ ଭାସୁଛି ଶବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ ଚାଞ୍ଚଲ୍ୟ। ଯମୁନାର ଜଳ ସ୍ରୋତରେ ଭାସୁଛି ଦଶରୁ ଊର୍ଦ୍ଧ୍ୱ ମୃତଦେହ। ଏକାଠି ଏତେ ସଂଖ୍ୟକ ମୃତଦେହ ଦେଖି ଆତଙ୍କୀତ ଗ୍ରାମବାସୀ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଚଳାଇଛି।

ହମିରପୁର ଜିଲ୍ଲାର ଯମୁନା ନଦୀ ରେ ଦଶରୁ ଊର୍ଦ୍ଧ୍ୱ ମୃତଦେହ ଏକାସଙ୍ଗେ ଭାସିବା ପରେ ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ମୃତଦେହର ବାସ୍ତବତା ଜାଣିବା ପାଇଁ ହମିରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ତଦନ୍ତ ବେଳେ ଜଣା ପଡିଲା ଯେ, କାନପୁର ଏବଂ ହମିରପୁର ଜିଲ୍ଲାର ଗ୍ରାମାଞ୍ଚଳରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ଆଉ ଲୋକେ ମୃତଦେହକୁ ଜାଳିବା କିମ୍ବା ପୋତିବା ବଦଳରେ ଜଳ ସମାଧି ଦେଉଛନ୍ତି। ଯମୁନା ନଦୀର ଉତ୍ତର କାନପୁରରେ ଏବଂ ଦକ୍ଷିଣ ସୀମା ହାମିରପୁରରେ ଅଛି। ଯମୁନା ନଦୀ କାନପୁର  ଏବଂ ହମିରପୁର ଜିଲ୍ଲାର ସୀମା ରେଖା ଭାବରେ ପ୍ରବାହିତ ହେଉଛି। ଏହି ୨ ଜିଲ୍ଲାର ଲୋକମାନେ ଯମୁନା ନଦୀକୁ ମୋକ୍ଷ ଦାହିନୀ କାଲିନ୍ଦି ଭାବରେ ବିବେଚନା କରନ୍ତି ଏବଂ ମୃତ୍ୟୁ ପରେ ନଦୀରେ ମୃତଦେହକୁ ପ୍ରବାହର କରିବା ଏଠାକାର ଏକ ପୁରୁଣା ପରମ୍ପରା  ରହିଛି।

ଯମୁନା ନଦୀରେ ସବୁବେଳେ ମୃତଦେହ ଦେଖିବାକୁ ମିଳିଥାଏ। କିନ୍ତୁ କୋରୋନା ସମୟ ମଧ୍ୟରେ ଏହି ନଦୀରେ ମୃତଦେହର ବନ୍ୟା ଦେଖାଦେଇଛି। ଯାହା ଅନୁମାନ କରାଯାଇପାରେ ଯେ ଗ୍ରାମାଞ୍ଚଳରେ ବହୁ ସଂଖ୍ୟାରେ ଲୋକ ମରୁଛନ୍ତି। ଆଉ କୋରୋନା  ଭୟରେ ମୃତଦେହକୁ ଜଳାଇବା ପରିବର୍ତ୍ତେ ସେମାନେ ଯମୁନା ନଦୀରେ ପ୍ରବାହିତ କରୁଛନ୍ତି। ଏହି କାରଣରୁ ଯମୁନା ନଦୀରେ ଏତେ ସଂଖ୍ୟକ ମୃତଦହ ଏକାସାଙ୍ଗରେ ଭାସୁଥିବା ଦେଖାଯାଉଛି ବୋଲି ପୋଲିସ ଅନୁମାନ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking