29.1 C
Bhubaneswar
Monday, April 27, 2026
Homeଓଡିଶାଦୀପାବଳି : ଆସିଲା ଗାଇଡ୍‌ଲାଇନ୍‌, ୭ଟାରୁ ୯ଟା ଭିତରେ ଫୁଟିବ ବାଣ

ଦୀପାବଳି : ଆସିଲା ଗାଇଡ୍‌ଲାଇନ୍‌, ୭ଟାରୁ ୯ଟା ଭିତରେ ଫୁଟିବ ବାଣ

ଭୁବନେଶ୍ୱର : ବାଣଫୁଟା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି କରାଯାଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି। ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା। ପାର୍କ, ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।ଏହାଛଡ଼ା ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟଠାରୁ ୧୦୦ ମିଟର ଭିତରେ ମଧ୍ୟ ବାଣ ଫୁଟାଇବାକୁ ମନା କରାଯାଇଛି। ଧାର୍ମିକ ଅନୁଷ୍ଠାନର ଶହେ ମିଟର ପରିଧି ମଧ୍ୟରେ ମଧ୍ୟ ଫୁଟାଯିବନି ବାଣ। ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି। ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବା ମନା। ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି, ବ୍ୟବହାର ମନା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking