30.1 C
Bhubaneswar
Sunday, June 30, 2024
Homeଖେଳବିଶ୍ୱକପ୍ ପରେ ଅବସର ନେବେ ଡେଭିଡ୍ ୱିଲି

ବିଶ୍ୱକପ୍ ପରେ ଅବସର ନେବେ ଡେଭିଡ୍ ୱିଲି

ଅହମ୍ମଦାବାଦ:  ଭରତରେ ଚାଲିଥିବା ଆଇସିସି ଦିନିକିଆ ବିଶ୍ୱକପ୍ ପରେ ଇଂଲଣ୍ଡ ଫାଷ୍ଟ୍ ବୋଲର୍ ଡେଭିଡ୍ ୱିଲି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ସମ୍ପର୍କରେ ବୁଧବାର ସୋସିଆଲ୍ ମିଡିଆରେ ଘୋଷଣା କରିଛନ୍ତି । ୩୩ ବର୍ଷୀୟ ୱିଲି ଇଂଲଣ୍ଡ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୭୦ ଦିନିକିଆ ଏବଂ ୪୩ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଅକ୍ଟୋବରରେ ହୋଇଥିବା ଇସିବି କଣ୍ଟ୍ରାକ୍ଟ ରିନୁଆଲ୍‌ରେ ତାଙ୍କ ନାମ ନଥିଲା । ଏପରିକି ତାଙ୍କୁ ଟେଷ୍ଟ୍ ସ୍କ୍ୱାଡ୍‌ରେ ମଧ୍ୟ ସ୍ଥାନ ମିଳିନାହିଁ ।

୨୦୧୫ ଦିନିକିଆ ବିଶ୍ୱକପ୍‌ର ଗ୍ରୁପ୍ ପର୍ଯ୍ୟାୟ ଏଲିମିନେସନ୍‌ର ତୁରନ୍ତ ପରେ ମେ’ରେ ୱିଲି ମାଲହାଇଡ୍‌ରେ ଆୟର୍ଲାଣ୍ଡ୍ ବିପକ୍ଷରେ ଡେବ୍ୟୁ କରିଥିଲେ । ଏହା ପରଠାରୁ ସେ ଶଗାତର ଇଂଲଣ୍ଡର ହ୍ୱାଇଟ୍ ବଲ୍ ଟିମ୍‌ର ସଦସ୍ୟ ରହିଆସିଛନ୍ତି । ୱିଲି ନିଜର ଅନ୍ତିମ ଟି-୨୦ ମ୍ୟାଚ୍ ୨୦୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ କ୍ୟାନ୍‌ବେରାରେ ଖେଳିଥିଲେ । ୭୦ ଦିନିକିଆ ମ୍ୟାଚ୍‌ରେ ୱିଲି ୫.୫୭ ଇକୋନୋମରେ ମୋଟ ୯୪ ୱିକେଟ୍ ହାସଲ କରିଛନ୍ତି । ଏହା ମଧ୍ୟରେ ୩୦ ରନ୍‌ରେ ୫ ୱିକେଟ୍ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସେହିପରି ୪୩ ଟି-୨୦ ମ୍ୟାଚ୍‌ରେ ତାଙ୍କ ନାମରେ ୮.୧୮ ଇକୋନୋମିରେ ୫୧ ୱିକେଟ୍ ରହିଛି । ୭ ରନ୍‌ରେ ୪ ୱିକେଟ୍ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking