ଯାଜପୁର : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ର ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି ପିସିସି ପ୍ରତିନିଧି ଦଳ । ଦଶରଥପୁରରେ ପ୍ରବାହିତ କାଣୀ ନଦୀର ଘାଇକୁ ପରିଦର୍ଶନ କରିବା ସହିତ ବିପନ୍ନ ଲୋକ ମାନଙ୍କୁ ଯୋଗାଇ ଦେବା ପାଇଁ ଏସଆରସି ଓ ଯାଜପୁର ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପ୍ରତିନିଧି ଦଳ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ନେତୃତ୍ୱରେ ଚିନ୍ମୟ ବେହୁରା, ସନ୍ତୋଷ କୁମାର ନନ୍ଦ ଅନ୍ୟାନ୍ୟ ନେତୃବୃନ୍ଦ ବନ୍ୟା ବିପନ୍ନ ଙ୍କୁ ଭେଟି ଦୁଃଖ ଦୁର୍ଦ୍ଦଶା ବୁଝିଥିଲେ । ୧୫ଦିନ ପାଇଁ ରିଲିଫ ଗୋଖାଦ୍ୟ, ସୁଖିଲା ଖାଦ୍ୟ ଚାଷ ପାଇଁ ପର୍ଯ୍ୟାପ୍ତ ଧାନ ତଳି ଯୋଗାଇ ଦେବା ପାଇଁ ଦାବି କରିଥିଲେ । ସରକାର ଯେଉଁ ରିଲିଫ ଯୋଗାଇ ଦେଉଛନ୍ତି ତାହା ସମୁଦ୍ କୁ ଶଙ୍ଖେ ସଦୃଶ୍ୟ । ବାରମ୍ବାର କାଣୀ ନଦୀରେ ଗୋଟିଏ ସ୍ଥାନ ରେ ଘାଇ ହେଉଛି । ଏଥିପାଇଁ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ଦାୟୀ କରିଥିଲେ । ଏହି ଗସ୍ତ ସମୟରେ ସନ୍ତୋଷ ବେହେରା, ଉତ୍କଳ ପାଣିଗ୍ରାହୀ, ପ୍ରଶାନ୍ତ ସାହୁ, ଦୁର୍ୟ୍ୟୋଧନ ବେହେରା ଦେବେନ୍ଦ୍ର ପଣ୍ଡା ଶ୍ୟାମ ସୁନ୍ଦର କର, ପ୍ରମୁଖ ବହୁ କଂଗ୍ରେସ ନେତା ସାମିଲ ହୋଇ ଥିଲେ ।