31.1 C
Bhubaneswar
Sunday, May 19, 2024
Homeଓଡିଶାକେନ୍ଦ୍ର ମନ୍ତ୍ରୀଙ୍କ ଅନୁଭବ ଓଡିଶାରେ ବିଜେପି ଏକାକି ପାରିବନି

କେନ୍ଦ୍ର ମନ୍ତ୍ରୀଙ୍କ ଅନୁଭବ ଓଡିଶାରେ ବିଜେପି ଏକାକି ପାରିବନି

ଭୁବନେଶ୍ୱର :କେନ୍ଦ୍ରରେ ବିଜେପି ସରକାର ମନ୍ତ୍ରିମଣ୍ଡଳରେ ସାମିଲ ଥିବା ଏନଡିଏର ସହଯୋଗୀ ଦଳ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ନେତା ତଥା କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତି କରଣ ମନ୍ତ୍ରୀ ରାମଦାସ ଅଠାୱାଲ ଓଡିଶା ଗସ୍ତରେ ଆସିଥିବା ବେଳେ ରଖିଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି । ବିଶେଷ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ପାଇଁ ଅନୁରୋଧ କରିବା ଘଟଣା ପରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଆଗକୁ ଓଡିଶାରେ କ୍ଷମତାକୁ ଆସିବା ପାଇଁ ଆଶା ରଖି ବିଜେପି ତାର ରଣନୀତି ପ୍ରସ୍ତୁତ କରୁଥିଲା ବେଳେ ଦଳର ସହଯୋଗୀ ସଦସ୍ୟଙ୍କ ମତ ଭିନ୍ନ ମୋଡ ଆଣିଛି । ସିଧାସଳଖ ନ ହେଲେ ନବୀନଙ୍କୁ ଏଭଳି ପ୍ରସ୍ତାବ ଦେଇ କେନ୍ଦ୍ର ମନ୍ତ୍ରୀ ଅଠାୱାଲ ଜଣାଇ ଦେଇଛନ୍ତି ଯେ ଓଡିଶାରେ ବିଜେପି ଏକାକି କ୍ଷମତାକୁ ଆସି ପାରିବ ନାହିଁ । ଏଥିପାଇଁ ବିଜେଡିର ସହଯୋଗ ବିଜେପିକୁ ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ ଏକ ପ୍ରକାର ସୂଚାଇ ଦେଇଛନ୍ତି । ଏହା ନ ହେଲେ ଓଡିଶାରେ କ୍ଷମତାକୁ ଆସିବା ବିଜେପି ପାଇଁ ସ୍ୱପ୍ନ ହୋଇଯିବ ବୋଲି ସେ ପରୋକ୍ଷରେ ଏକ ପ୍ରକାର ସୂଚାଇଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
୨୦୦୦ ମସିହାରେ ଓଡିଶାକୁ ବିଜେପି ବିଜେଡି ମିଶି କ୍ଷମତାକୁ ଆସିଥିଲେ । ୨୦୦୯ ରେ ମେଣ୍ଟ ଭାଙ୍ଗିବା ପରେ ବିଜେପି ଆଉ କ୍ଷମତାକୁ ଆସିପାରୁ ନାହିଁ । ୨୦୦୯ , ୨୦୧୪ ଓ ୨୦୧୯ ରେ ବିଜେଡି ହିଁ କ୍ଷମତାକୁ ଆସି ଚାଲିଛି । ଅନେକ ଉଦ୍ୟମ କରି ବିଜେପି ଫେଲ ମାରି ଚାଲିଛି । ଓଡିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଲୋକପ୍ରିୟ ହୋଇ ପାରିଛନ୍ତି ଓ ଓଡିଶା ପାଇଁ ଭଲ କାମ କରୁଥିବାରୁ ଲୋକେ ତାଙ୍କ ଉପରେ ଆସ୍ଥା ଓ ଭରଷା ରଖିଛନ୍ତି । ଏ କଥା ମଧ୍ୟ କେନ୍ଦ୍ର ମନ୍ତ୍ରୀ ନିଜେ ସୂଚାଇଛନ୍ତି । ବିଜେପିର ସହଯୋଗୀ ଦଳ ହୋଇ ଏଭଳି ଭାବେ ମନ୍ତବ୍ୟ ଦେବା ବେଶ ଗୁରୁତ୍ୱ ବହନ କରୁଛି । କେନ୍ଦ୍ରରେ ସେ ମନ୍ତ୍ରୀ ଥିବାରୁ ବିଜେପିର କାର୍ଯ୍ୟଧାରା ଓ କେନ୍ଦ୍ର ନେତା ମାନଙ୍କ ଚିନ୍ତାଧାରାକୁ ବେଶ ଭଲ ଭାବରେ ଏକ ରାଜନୈତିକ ଦଳର ନେତା ଭାବେ ପରଖି ଥିଲେ । ବିଜେପିର କେନ୍ଦ୍ର ନେତା ମାନଙ୍କ ନବୀନଙ୍କ ପ୍ରତି ମନୋଭାବକୁ ସେ ପରଖି ନ ଥିଲେ ହୁଏତ ଏଭଳି ପ୍ରସ୍ତାବ ଦେଇନଥାନ୍ତେ ବୋଲି ଅନେକ ମତ ରଖିଛନ୍ତି । ଏ କଥା ବି କୁହାଯାଉଛି ବିଜେପି କେନ୍ଦ୍ର ନେତା ମାନେ କଣ ଚାହିଁଛନ୍ତି ତାହା ସେ ପରୋକ୍ଷରେ ସୂଚାଇଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ଥିବାରୁ ବିଜେପିର କେନ୍ଦ୍ରୀୟ ନେତା ମାନଙ୍କ ସହ ତାଙ୍କର ବେଶ ଘନିଷ୍ଠ ଥିବ , ସେମାନଙ୍କ ସହ ଆଲୋଚନା କରିଥିବେ , ବିଭିନ୍ନ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପାଇଁ ବିଭିନ୍ନ ପ୍ରକାର ରଣ କୈାଶଳ ଆପଣାଇ ଚାଲିଛି । ଓଡିଶାକୁ ମଧ୍ୟ ବିଜେପି ଟାର୍ଗେଟରେ ରଖିଛି । ଆଗାମୀ ନିର୍ବାଚନରେ କିପରି ଓଡିଶାକୁ ଦଖଲ କରିବ ସେଥିପାଇଁ ଅନେକ କାର୍ଯ୍ୟକ୍ରମ ମଧ୍ୟ ବିଜେପି ହାତକୁ ନେଇଛି । ଓଡିଶା ପାଇଁ ବିଭିନ୍ନ ଯୋଜନା ମଧ୍ୟ କରାଯାଉଛି । ଓଡିଶାର ଧର୍ମେନ୍ଦ୍ର ପ୍ରଧାନ , ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ତିନି ଜଣଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଇଛି । ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ।
ଏହା ସତ୍ତ୍ୱେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲ ନବୀନଙ୍କୁ ଏନଡିଏରେ ସାମିଲ ହେବା ପାଇଁ ପ୍ରସ୍ତାବ ଦେବା ଫଳରେ ବିଜେପି ଏଠାରେ ଏକାଠି ଜିତିପାରିବ ନାହିଁ ଏକ ପ୍ରକାର ସେ ସୂଚାଇ ଦେଇଛନ୍ତି ।ମୋଦି ଓ ଶାହାଙ୍କ ମନୋଭାବ ଜାଣି ନ ଥିଲେ ହୁଏତ ସେ ଏଭଳି ପ୍ରସ୍ତାବ ଦେଇ ନ ଥାନ୍ତେ ବୋଲି କୁହାଯାଉଛି । ଆଗାମୀ ଦିନରେ ବିଜେଡି ସହ ମେଣ୍ଟ କରି ବିଜେପି ପୁଣି କ୍ଷମତାକୁ ଆସିବାକୁ ଚାହୁଁଥିବା ନେଇ କେନ୍ଦ୍ରିୟ ନେତା ମାନଙ୍କ ଯୋଜନା ଥିବା କଥା ଏଥିରୁ ସୂଚାଯାଉଛି ।
ଅବଶ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ବିଜେଡି ପକ୍ଷରୁ କୈାଣସି ପ୍ରତିକ୍ରିୟା ଦିଆଯାଇନାହିଁ କିମ୍ବା ବିଜେପି ମଧ୍ୟ ଏ ନେଇ କୈାଣସି ମତ ରଖିନାହିଁ । ନବୀନଙ୍କୁ ହଟାଇ ଏକାକି ନିର୍ବାଚନ ଲଢି କ୍ଷମତାକୁ ଆସିବା ପାଇଁ ବିଜେପିର ରାଜ୍ୟ ନେତା ମାନେ ଲକ୍ଷ ରଖିଥିଲା ବେଳେ କେନ୍ଦ୍ରିୟ ନେତାଙ୍କ ମତ ଯେ ଭିନ୍ନ ରହିଛି ତାହା ଜଣା ପଡିଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking