29.1 C
Bhubaneswar
Saturday, July 27, 2024
Homeଓଡିଶାସ୍ଥଳଭାଗ ମୁହାଁ ବାତ୍ୟା ମିଗଜୋମ୍ : ଆଉ କିଛି ଘଣ୍ଟା ମଧ୍ୟରେ ଛୁଇଁବ ଆନ୍ଧ୍ର ଉପକୂଳ

ସ୍ଥଳଭାଗ ମୁହାଁ ବାତ୍ୟା ମିଗଜୋମ୍ : ଆଉ କିଛି ଘଣ୍ଟା ମଧ୍ୟରେ ଛୁଇଁବ ଆନ୍ଧ୍ର ଉପକୂଳ

ଭୁବନେଶ୍ବର : ଉଗ୍ର ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହେଉଛି ଭୀଷଣ ବାତ୍ୟା ମିଗଜୋମ୍ । କିଛି ଘଣ୍ଟା ମଧ୍ୟରେ ଏହା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ  । ନେଲୋର ଓ ମଚ୍ଛଲିପାଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ  । ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ମିଗଜୋମ୍  । ଏହା ଘଣ୍ଟା ପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି । ନେଲୋରରୁ ୨୦ କିମି ଓ ବାପଟଲାରୁ ୧୫୦ କିମି ଦୂରରେ ରହିଛି  । ଏହାର ପ୍ରଭାବରେ ୧୧୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ସେପଟେ ବାତ୍ୟା ମିଗଜୋମ୍ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ହୋଇଛି । କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଜିଲ୍ଲାରେ ୧୧୫.୬ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି । ନାରାୟଣପାଟଣା ଏବଂ ପଟ୍ଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି  ।ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ କାଲି ଗଜପତି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରାଥମିକ , ଉଚ୍ଚ ପ୍ରାଥମିକ , ହାଇସ୍କୁଲ , ଅଙ୍ଗନାବାଡି କେନ୍ଦ୍ର ଛୁଟି ପାଇଁ ନିର୍ଦ୍ଦେଶ ରହିଛି ।

ଅନ୍ୟପଟେ ଓଡିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି ଏସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁରୀ, କଳାହାଣ୍ଡି, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking