ଭୁବନେଶ୍ୱର: ପୁଣି ହଇରାଣ କରିଛି ଘନ କୁହୁଡ଼ି। ଆଜି ଭୋର ସମୟରେ ଦ୍ୱୈତ ନଗରୀ କଟକ- ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ପରିଲକ୍ଷିତ ହୋଇଛି। ରାସ୍ତାରେ ୧୦ରୁ ୨୦ ମିଟର ଯାଏଁ ଦୂରକୁ ଦେଖିବା କଷ୍ଟକର ହୋଇପଡ଼ିଛି। ଭୋରରୁ ସକାଳ ସାଢ଼େ ୭ଟା ଯାଏ କଟକ- ଭୁବନେଶ୍ୱର ଜାତୀୟ ରାଜପଥରେ ଘନ କୁହୁଡ଼ିର ଆସ୍ତରଣ ଯୋଗୁ ଗାଡ଼ି ଚଳାଇବା ଖୁବ୍ କଷ୍ଟକର ହୋଇଥିବା ଜଣାଯାଇଛି। ଯଦିଓ ଆଜି ସକାଳେ ଏହି ରାସ୍ତାରେ ବସ୍ ଚଳାଚଳ ଠପ୍ ହୋଇଛି, କିନ୍ତୁ କାର୍ ଓ ବାଇକ ଚାଲୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଚାଳକମାନେ ଖୁବ୍ ସତର୍କତାର ସହ କମ୍ ବେଗରେ ଗାଡ଼ି ଚଳାଉଥିବା ପରିଲକ୍ଷିତ ହୋଇଛି।