26.1 C
Bhubaneswar
Tuesday, September 17, 2024
Homeଓଡିଶାସମ୍ବଲପୁରରେ ଆହୁରୀ କୋହଳ ହେଲା କର୍ଫ୍ୟୁ ସମୟ

ସମ୍ବଲପୁରରେ ଆହୁରୀ କୋହଳ ହେଲା କର୍ଫ୍ୟୁ ସମୟ

ସମ୍ବଲପୁର :ସମ୍ବଲପୁର ସହରରେ ଆହୁରୀ କୋହଳ କରାଗଲା କର୍ଫ୍ୟୁ । ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଅର୍ଥାତ୍ ୧୨ ଘଣ୍ଟା ପାଇଁ କର୍ଫ୍ୟୁକୁ କୋହଳ କରାଯାଇଛି । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ କରାଯାଉଥିଲା । ତେବେ କର୍ଫ୍ୟୁ କୋହଳ ହେବା ସମୟରେ ଲୋକେ ନିଜର ଆତ୍ୟାବଶ୍ୟକ ସାମଗ୍ରୀ କିଣାପାରିବେ। ଏହି ସମୟରେ କୌଣସି ସ୍ଥାନ ଏମିତି ଧାର୍ମିକସ୍ଥଳରେ ମଧ୍ୟ ଲୋକଙ୍କୁ ଏକାଠି ହେବା ନେଇ କଟକଣା ଜାରି କରାଯାଇଛି ।

ଯଦି କୌଣସି ସ୍ଥାନରେ ଲୋକେ ଏକାଠି ହୁଅନ୍ତି ତେବେ ଏନେଇ ପୂର୍ବରୁ ଅନୁମତି ନେବାକୁ ପଡିବ। ସେପଟେ ସହରରେ ଇଣ୍ଟରନେଟ୍ ବନ୍ଦ  କାରଣରୁ ସମସ୍ୟା ଭୋଗୁଛନ୍ତି ଲୋକେ । ଏଥିଲାଗି ସହରରେ ଗୁରୁବାର ଦିନ ୧୦ଟାରୁ ସଂନ୍ଧ୍ୟା ୫ଟା ଯାଏଁ ଲିଜ ଲାଇନ ଓ ବ୍ରଡ଼ବ୍ୟାଣ୍ତ ସେବା ଚାଲୁ କରାଯାଇଛି । ଯେଉଁ ମାନଙ୍କ ନିକଟରେ ବ୍ରଡ଼ବ୍ୟାଣ୍ତ  ବା ଲିଜ ଲାଇନ ଅଛି ସେମାନେ ଇଣ୍ଟରନେଟ ପାଇପାରିବେ। ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଗୁଡିକରେ ସୁବିଧା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଯାହା ଫଳରେ ଲୋକେ ଅଫିସ କାମ କରିବାକୁ ସକ୍ଷମ ହୋଇଛନ୍ତି । କିନ୍ତୁ ମୋବାଇଲ ଇଣ୍ଟରନେଟ୍ସେ ବାକୁ ଆସନ୍ତାକାଲି ଅର୍ଥାତ୍ ରବିବାର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ସହରରରେ ଶାନ୍ତି ଫେରାଇ ଆଣିବା ଲାଗି ଉଦ୍ୟମ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking