କେନ୍ଦ୍ରାପଡା଼ : ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ରହିଛି ବିଶ୍ୱର ସବୁଠାରୁ ବଡ଼ ବଉଳା କୁମ୍ଭୀର କାଳିଆ । କାଳିଆର ଲମ୍ବ ୨୩ ଫୁଟ ଅଟେ । କାଳିଆ ସମଗ୍ର ବିଶ୍ୱରେ ସବୁଠାରୁ ବଡ଼ କୁମ୍ଭୀର ହୋଇଥିବାରୁ ଗିନିଚ ବୁକ ଅଫ ୱାର୍ଲ୍ଡ ରେକର୍ଡ଼ରେ କାଳିଆର ନାଁ ସ୍ଥାନ ପାଇଛି । ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ପ୍ରବାହୀତ ହେଉଥିବା ନଦୀ ନାଳରେ ବଉଳା କୁମ୍ଭୀର ଦେଖାଯାଆନ୍ତି । ଜୀତୀୟ ଉଦ୍ୟାନରେ ଏବେ କୁମ୍ଭୀର ଗଣନା କରାଯାଉଛି । ଏହି କୁମ୍ଭୀର ଗଣନା ସମୟରେ ବଉଳା କୁମ୍ଭୀରମାନେ ଖାଦ୍ୟ ଓ ଜୀବନଶୈଳୀ ଉପରେ ଅନୁଧ୍ୟାନ କରାଯିବ ବୋଲି ବଉଳା କୁମ୍ଭୀର ବିଶାରଦ ଡ. ସୁଧାକର କର ଓ ରାଜନଗର ଡିଏଫଓ ବିକାଶ ରଞ୍ଜନ ଦାସ କହିଛନ୍ତି ।
https://onakhabar.com/2020/01/01/2020-2021-buddget/